ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ସ୍ଥିତ ସ୍ୱପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ପୁଣ୍ୟାତ୍ମା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ 99ତମ ପୁଣ୍ୟ ଜୟନ୍ତୀ ବିଜେପି ତରଫରୁ ମଣ୍ଡଳ ସଭାପତି ୟୁ ପାପା ରାଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ସ୍ୱାଇଁ, ଆସିକା ଲୋକସଭା ପ୍ରଭାରୀ ସନ୍ତୋଷ ବିଶ୍ଵାଳ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଗଦାଧର ସ୍ୱାଇଁ, ମଣ୍ଡଳ ସଭାପତି ଅଶୋକ ନାୟକ, ମିଥୁନ ପ୍ରଧାନ, ପାଣ୍ଡବ ରାଉତ, ପ୍ରଭାକର ପ୍ରଧାନ, ମୁନା ପ୍ରଧାନଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ରହି ସ୍ବର୍ଗତ ବାଜପେୟୀଙ୍କ ତ୍ୟାଗପୁତ, ସରଳ, ନିରାଡମ୍ବର ଜୀବନୀ ଏବଂ ଦେଶର ହିତପାଇଁ ନେଇଥିବା ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭ ରେ ସ୍ଥାନୀୟ ନେଳିଆ ପୁଷ୍କରିଣୀରେ ତିଳ ତର୍ପଣ କରାଯିବା ପରେ ତାଙ୍କର ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦୀପ ପ୍ରଜ୍ବଳନ କରାଯାଇଥିଲା ।