ବଡ଼ଦିନ ପାଳନକୁ ନେଇ ଟିକାବାଲି ପୁଲିସ ପକ୍ଷରୁ ଫ୍ଲାକ୍ ମାର୍ଚ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ପକ୍ଷରୁ ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ଆଗକୁ ଥିବା ଡିସେମ୍ବର ୨୫ ବଡ଼ିଦିନ ପାଇଁ କିଭଳି ଭାବରେ ସଂଖ୍ୟା ଲଘୁ ଖ୍ରୀଷ୍ଟୀୟାନ ସଂପ୍ରଦାୟକ ଶାନ୍ତି ଶୃଙ୍ଖଳିତ ଭାବରେ ବଡ଼ିଦିନ ପାଳନ କରିବେ ସେ ନେଇ ଟିକାବାଲି ପଲିସ ପକ୍ଷରୁ ଫ୍ଲାକ୍ ମାର୍ଚ କରା ଯାଇଥିବା ଦେଖିବାକୁ ମିଳିଛି। ମୁଖ୍ୟତଃ ଖ୍ରୀଷ୍ଟ ଧର୍ମାଲମ୍ଭମାନେ ବଡ଼ଦିନ ପ୍ରସ୍ତୁତି ପର୍ବ ଆରମ୍ଭ କରିସାରିଛନ୍ତି। ସେହିପରି ସହରରେ ଥିବା ବିଭିନ୍ନ ଚର୍ଚ୍ଚଗୁଡିକୁ ଆଲୋକମାଳା, ଫୁଲରେ ଆକର୍ଷଣୀୟ ଢଙ୍ଗରେ ସାଜସଜ୍ଜା କରାଗଲାଣି। ଖାଲି ସେତିକି ନୁହେଁ ଅଞ୍ଚଳର ବିଭିନ୍ନ ବାପଷ୍ଟ୍ରିଟ୍ ଚର୍ଚ୍ଚ, ପ୍ରାକ୍ ଖ୍ରୀଷ୍ଟମାସ ପାଳନ କରାଯାଇ କେକ୍ କଟାଯାଇ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆସନ୍ତା ୨୪ ତାରିଖ ରାତ୍ରୀ ୧୦ ଘଣ୍ଟାରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୨୫ ତାରିଖ ସକାଳ ଓ ସନ୍ଧ୍ୟାରେ ମଧ୍ୟ କାର୍ଯ୍ୟକ୍ରମ କରାଯିବା ପାଇଁ ଚର୍ଚ୍ଚ ପକ୍ଷରୁ ସୂଚନା ମିଳିଛି।ଟିକାବାଲି ଥାନା ଅଧିକାରୀଣୀଙ୍କ କଲ୍ୟାଣିମୟୀ ଷେଣ୍ଢଙ୍କ ଆଦେଶ କ୍ରମେ, ଏସ୍ ଆଇ ଅବନି ପ୍ରଧାନ, ଏସ୍ ଆଇ ସଂଜୋୟ କୁମାର ଶ୍ବାଇଁ , ଏଏସ୍ଆଇ ପଞ୍ଚାନନ ମଲ୍ଲିକ, ଶିବରାମ ବିଷୟୀ ଏବଂ ଆଇ ଆର୍ ବି , ବାଟାଲିୟମ ଯୋବାନ ସମସ୍ତେ ହାତରେ ବନ୍ଧୁକଧରି ଧାଡିରେ ଥାନାରୁ ବାହାରି ଚାଲିଚାଲି ମେଡିକାଲ ଛକ ଦେଇ ତେଙ୍ଗେଡାପଥର , ହାଟପଦା, ବଜାର ପରିକ୍ରମା କରି ଥାନାକୁ ପହଞ୍ଚିଥିବା ଦେଖିବାକୁ ମିଳିଥିଲା ।