ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ାଇଲେ ତହସିଲଦାର….

ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଧରାକୋଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁଷଗୁମା, ଡାକିବଜାରେ ପହଞ୍ଚି ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦୋରାଙ୍କ ସହ ବିଦ୍ୟାଳୟର ପରିବେଶ, ସମସ୍ୟା, ଶିକ୍ଷାଦାନ ପଦ୍ଧତି ଉପରେ ପଚାରି ବୁଝିଥିଲେ । ଏହା ପରେ ତହସିଲଦାର ଦଶମ ଶ୍ରେଣୀ ଗୃହରେ ପହଞ୍ଚିବା ପରେ ଛାତ୍ରଛାତ୍ରୀମାନେ ତାଙ୍କୁ ସ୍ବାଗତ କରିଥିଲେ । ପରେ ପରେ ପିଲାମାନଙ୍କୁ ସେମାନଙ୍କ ଭବିଷ୍ୟତ ଲକ୍ଷ୍ୟ ପଚାରି ବୁଝିବା ପରେ ସରଳିକରଣ ଉପାୟରେ ଶିକ୍ଷାଦାନ କରି ଏହାର ସଠିକ ଉପଯୋଗ କରି ଭବିଷ୍ୟତ ଗଢ଼ିବାକୁ ମାର୍ଗ ଦର୍ଶନ କରିଥିଲେ । ଇଂରାଜୀ, ଇତିହାସ, ଭୂଗୋଳ ସହ ଓଡ଼ିଆ ବିଷୟରେ ପିଲାଙ୍କୁ ଶିକ୍ଷାଦାନ କରିଥିଲେ । ଯାହାକି ପିଲାଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା ।