ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରାୟୋଜିତ ନୂଆ-ଓ କାର୍ଯ୍ୟକ୍ରମ ଆନୁକୂଲ୍ୟରେ କଳିଙ୍ଗ ମହାବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଦ୍ବାରା ଏକ ସଡକ ସୁରକ୍ଷା ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଡକ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ଳାକାଡ ଧରି ଛାତ୍ରଛାତ୍ରୀମାନେ ସହର ପରିକ୍ରମା କରିବା ସହିତ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ପଦଯାତ୍ରାକୁ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର ଉଦଘାଟନ କରିଥିବା ବେଳେ ଅଧ୍ୟାପକ ବିନାୟକ ବିଶ୍ୱାଳ, ଅଧ୍ୟାପିକା ସରିତା ମିଶ୍ର, ବେଣୁଧର ସାହୁ ପରିଚାଳନା କରିଥିଲେ ।