ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ପରିସରରେ ତା-୧୪-୧୨-୨୩ରିଖ ଦିନ ତାଲୁକା ସ୍ତରୀୟ ଆଇନ ସହାୟତା କମିଟି ଆନୁକୂଲ୍ୟରେ ଏକ ସଚେତନତା ମୂଳକ ଆଲୋଚନା ଚକ୍ର ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ତାଲୁକା ସ୍ତରୀୟ ଆଇନ ସହାୟତା କମିଟିର ଅଧ୍ୟକ୍ଷା ତଥା ବରିଷ୍ଠ ବିଚାରପତି ଗୀତାଞ୍ଜଳି ନନ୍ଦ ଏବଂ ବିଚାରପତିସ ସୁସ୍ମିତା ପ୍ରିୟଦର୍ଶିନୀ ଯୋଗଦେଇ ଯୌନ ନିର୍ଯାତନା ସଚେତନତାର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ । ପ୍ରାଧ୍ୟାପକ ଭେଙ୍କଟରମଣ ପଟ୍ଟନାୟକ ଏଥିରେ ସହଯୋଗ କରିଥିବା ବେଳେ ଅଧ୍ୟାପକ ଡଃ ନଳିନୀ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।