ଅନୁସନ୍ଧାନ ଭାରତ(ବ୍ୟୁର): କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ନୂଆ-ଓ ଆନୁକୂଲ୍ୟରେ ଯୁକ୍ତ ଦୁଇ ଶ୍ରେଣୀର କ୍ରୀଡ଼ା ଉତ୍ସବ ତା-୧୫-୧୨-୨୩ ରିଖ ଦିନ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଚାରି ଦିନ ଧରି ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଯଥା- ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ ସଟଫୁଟରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଭାବରେ ଘୁ.ଉଦୟଗିରି ବ୍ଳକ୍ ଅଧ୍ୟକ୍ଷା ସୁଷମା ପ୍ରଧାନ ଯୋଗଦେଇ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜକ ଅଧ୍ୟାପକ ତପନ ଚନ୍ଦ୍ର ନାୟକ, ଅଧ୍ୟାପକ ଆବେଦ ମଣ୍ଡଳ, ଅଧ୍ୟାପିକା ଝୁନୁମା ପ୍ରଧାନ, ଶୁଭସ୍ମିତା ନାୟକ, କ୍ରୀଡ଼ା ଶିକ୍ଷକ ସରୋଜ କୁମାର ଦାଶ ପରିଚାଳନା କରିଥିଲେ ।