ମିଳିତ ଖ୍ରୀଷ୍ଟୀୟ ମଞ୍ଚ ପକ୍ଷରୁ ଫୁଲବାଣୀ ଠାରେ ପ୍ରାକ-ଖ୍ରୀଷ୍ଟଜନ୍ମ ମହୋତ୍ସବ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ମିଳିତ ଖ୍ରୀଷ୍ଟୀୟ ମଞ୍ଚ ପକ୍ଷରୁ କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ପ୍ରି-ଖ୍ରୀଷ୍ଟମାସ ମହୋତ୍ସବ ଅନୁଷ୍ଠିତ ହେଇଥିଲା । ମାଦିକୁଂଦା ଛକରେ ଆଚାର୍ଯ୍ୟ ତପନ କୁମାର ସାମନ୍ତରାୟଙ୍କ ପ୍ରାର୍ଥନା ପରେ ମାଦିକୁଂଦା ଠାରୁ କୋର୍ଟ ଛକ ସ୍ଥିତ ଗାନ୍ଧୀ ସ୍ମୁତି ଭବନ ପର୍ଯ୍ୟନ୍ତ ଶାନ୍ତି ପୂର୍ଣ ଶଭାଯାତ୍ରା ହେଇଥିଲା । ଖ୍ରୀଷ୍ଟୀୟ ସମ୍ପ୍ରଦାୟର ଲୋକମାନେ ପ୍ରଭୁ ଯୀଶୁଙ୍କ ଗୀତ ପରିବେଷଣ କରି ଆନନ୍ଦର ସହ ନାଚି ନାଚି ମୁଖ୍ୟ ସହର ଦେଇ ଗାନ୍ଧିସ୍ମୁତି ଭବନକୁ ଆସିଥିଲେ । ଖ୍ରୀଷ୍ଟୀୟ ସମ୍ପ୍ରଦାୟର ଶହଶହ ଲୋକମାନେ ଏହି ମହୋତ୍ସବରେ ଯୋଗ ଦେଇଥିଲେ । ଆଚାର୍ଯ୍ୟ ବିଜୟ କୁମାର କରାଡ଼ ପ୍ରାରମ୍ଭିକ ପ୍ରାର୍ଥନା କରିଥିଲେ । ମଞ୍ଚର ସଭାପତି ପ୍ରବୀଣ କୁମାର ନାୟକ ସଭା ପରିଚାଳନା କରିଥିଲେ । ମୁଖ୍ୟ ବକ୍ତା ଭାବେ ଆଚାର୍ଯ୍ୟ ଚିତ୍ତରଞ୍ଜନ ନାୟକ, ଭୁବନେଶ୍ୱର ଓ ମୁଖ୍ୟ ଅତିଥି ଭାବରେ ଫାଦର ଡ଼ଃ ଉଦୟ ନାଥ ବିଶୋଇ ଯୋଗ ଦେଇଥିଲେ । ସମ୍ନାନିତ ଅତିଥି ରୂପେ ତାମିଲନାଡୁର ପାଳକ ଟି.ଯୋଶେଫ, ଡ଼ଃ.ଏନ ଲିନାଚନ୍ଦ, ଆଚାର୍ଯ୍ୟ ବିଜୟ କୁମାର କରାଡ଼, ଡ଼ଃ ସୁର୍ଯ୍ୟ ନାରାୟଣ ବେହେରା,ବିଶ୍ୱବାଣୀ ଚର୍ଚ୍ଚର ଜିଲ୍ଲା କୋଡ଼ିନେଟର ଆଚାର୍ଯ୍ୟ ରଞ୍ଜନ ଦିଗାଲ, ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ତଥା ବରିଷ୍ଠ ଆଇନଜୀବୀ ସତ୍ୟନାରାୟଣ ବେହେରା ଯୋଗଦେଇଥିଲେ । ମିରାକିଲ ସଙ୍ଗୀତ ଦଳ ଅତି ସୁନ୍ଦର ଗୀତ ପରିବେଷଣ କରିଥିଲେ ଓ ସମସ୍ତେ ନାଚି ନାଚି ପ୍ରଭୁଯୀଶୁଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟ ବକ୍ତା ଜଗତର ଲୋକମାନଙ୍କ ନିମନ୍ତେ ତ୍ରାଣକର୍ତା ଜନ୍ମ ଗ୍ରହଣ କରିଅଛନ୍ତି ସେ ଖ୍ରୀଷ୍ଟପ୍ରଭୁ ବୋଲି ଲୋକମାନଙ୍କୁ ଇଶ୍ୱରଙ୍କ ବାକ୍ୟ ପରିବେଷଣ କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ସମସ୍ତ ଚର୍ଚ୍ଚର ପିଲାମାନେ ଗୀତନାଚ କରିଥିଲେ ଓ ସେମାନଙ୍କୁ ଉପହାର ମଧ୍ୟ ଦିଆଯାଇଥିଲା । ଏହି ଅବସରରେ ଆଚାର୍ଯ୍ୟ ଦାନିଏଲ ନାୟକଙ୍କ ଲିଖିତ “ସାନ୍ତ୍ବନା” ପୁସ୍ତକ ଟି ଉନ୍ମୋଚନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନେକ ପାଳକମାନେ ଯୋଗ ଦେଇଥିଲେ । ସମ୍ପାଦକ ଲକ୍ଷଣ ବେହେରା, କୋଷାଧ୍ୟକ୍ଷ ମାର୍ଟିନ ପ୍ରଧାନ, ବନମାଳୀ ଦିଗାଲ, ପ୍ରଦୀପ ଦିଗାଲ ଓ ସନ୍ତୋଷ ନାୟକ, ବାଳକୃଷ୍ଣ ଦିଗାଲ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସଙ୍ଗୀତ ଦଳରେ ସୁନୀଲ ବେହେରା, ବରୁଣ ମଲିକ, ଝୁଲି ନାୟକ, ବବୁଲୁ, ଅନୀଲ, ଶଲୋମି, ମାମୁନି, ଆଶିଷ, ଜିନିତା, ସାମୀଏଲ, ଅଜୟ, ଓମେଗା ସୁନ୍ଦର ଭାବେ ବାଦ୍ୟଯନ୍ତ୍ରରେ ଗୀତ ପରିବେଷଣ କରିଥିଲେ ଏବଂ ସାଂସ୍କୃତିକ ଭବନରେ ନାଚଗୀତ ସହ ଆନନ୍ଦ ଉଲ୍ଲାସର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଥିଲା । ଶେଷରେ ଆଚାର୍ଯ୍ୟ ମୃତ୍ୟୁଞ୍ଜୟ ନାୟକ ଧନ୍ୟବାଦ ଅର୍ପଣ କରଥିଲେ ।