ଦୁର୍ଗମ ଅଂଚଳ ଗୁମୁଡୁମାହା ଠାରେ ମ୍ୟାଲେରିଆ ନିରାକରଣ ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ପରମ୍ପଗା ଗ୍ରାମ ପଞ୍ଚାୟତର ଗୁମୁଡୁମାହା ଗ୍ରାମରେ ଆଜି ମ୍ୟାଲେରିୟା ନିରନାରଣ ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଗ୍ରାମର ଗର୍ଭବତୀ ମା ଏବଂ ଛୋଟ ଶିଶୁମାନଙ୍କୁ ଟୀକା କାରଣ କରା ଯାଉଥିଲା । ଏଥିରେ ଜିଲ୍ଲା ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗର ନିର୍ଦେଶ କ୍ରମେ ଶିବିର ଅନୁଷ୍ଠିତ ହୋଇ ଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ବାଲିଗୁଡା ଉପଚିକିତ୍ସାଳୟର ୪ ଜଣ ଡାକ୍ତର ସମେତ ଗ୍ରାମର ଅଙ୍ଗନବାଡି ଏବଂ ଆଶାକର୍ମୀଙ୍କ ଦ୍ୱାରା ସୁରୁଖୁରୁରେ ସମ୍ପୂର୍ଣ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ସକାଳ ୧୦ଘଟିକାରୁ ଆରମ୍ଭ ହୋଇ ପ୍ରାୟ ୪ଘଟିକା ସମୟ ଧରି ଚାଲିଥିଲା । ଏହି କାର୍ଯ୍ୟକ୍ରମରେ କେବଳ ଛୋଟ ଶିଶୁ ଏବଂ ଘର୍ବବତୀ ମା ମାନଙ୍କୁ ଚିକିତ୍ସ କରିବା ସହ ଗ୍ରାମର ଯେ କୌଣସି ରୋଗୀକୁ ରକ୍ତ ପରୀକ୍ଷା କରି ସମସ୍ତ ରୋଗୀଙ୍କୁ ଔଷଧ ବଣ୍ଟନ କରା ଯାଇଥିଲା । ଏହା ସହ ମେଲେରିଆ ରୋଗରୁ ମୁକ୍ତି ନିମନ୍ତେ ମଧ୍ୟ ଲୋକ ମାନଙ୍କୁ ସଚେତନତା କରାଯାଇଛି । ନିଜ ଘର ଆଖ ପାଖ ରେ ଥିବା ଅଳିଆ ଆବର୍ଜନାକୁ ସଫାସୁତୁରା ରଖିବାକୁ ପରାମର୍ସ ଦେବା ସହ ବାଲ୍ୟବିବାହକୁ ବାରଣ ପାଇଁ ମଧ୍ୟ ସ୍ୱାସ୍ଥ୍ୟ କର୍ମୀ ଅଞ୍ଚଳ ବାସୀଙ୍କୁ ସଚେତନ କରି ଛନ୍ତି । ଯଦି କୌଣସି ବ୍ୟକ୍ତି କମ ବୟସରୁ ବିବାହ କରିବେ ତାହାହେଲେ ତୁରନ୍ତ ଶିଶୁ ସୁରକ୍ଷା ଅଧିକାରୀମାନଙ୍କୁ ଜଣେଇ ଦେବାକୁ ଅନୁରୋଧ କରିଛନ୍ତି ସରକାରୀ ସ୍ୱାସ୍ଥ୍ୟ କର୍ମଚାରୀ ।