ଜନଜାତି ମହୋତ୍ସବରେ ସମସ୍ତ କଳାକାର ଦଳକୁ ଷ୍ଟେଜରେ ନୃତ୍ୟ ପରିବେଷଣ ପାଇଁ ସୁଯୋଗ ଦେବାକୁ ଦାବୀ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକର ବ୍ଲକ କଳାସଂକୃତି ସଂଘର ସଭାପତି ମନୋଜ କୁମାର ପାଢ଼ୀଙ୍କୁ ପାରମ୍ପରିକ ଲୋକକଳାକାର ମହାସଂଘ, କନ୍ଧମାଳ ଟିକାବାଲି ତରଫରୁ ସାକ୍ଷତ କରି ମୌଖିକ ଭାବରେ କଳାକାକାରଙ୍କ ସ୍ଵାର୍ଥ୍ୟ ରକ୍ଷା ଉଦେଶ୍ୟରେ କିଛି ଦାବୀ ଉପସ୍ଥାପନା କରିଥିବା ଜଣାଯାଇଛି l ଦାବୀ ଗୁଡ଼ିକ ହେଲା ୧-ଯେକୌଣସି ମହୋତ୍ସବରେ ଅଂଶ ଗ୍ରହଣ କରିବାକୁ ଚୟନ କରିଥିବା କଳାକାର ଅନୁଷ୍ଠାନକୁ ସବିଶେଷ ତଥ୍ୟ ଚିଠି ମାଧ୍ୟମରେ ଜଣେଇବା, (୨)- ଅନୁଷ୍ଠାନର ସମସ୍ତ କଳାକାରଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା, (୩)-ବ୍ଲକର ସମସ୍ତ କଳାକାର ଦଳକୁ ଷ୍ଟେଜରେ ନୃତ୍ୟ ପରିବେଷଣ ପାଇଁ ସୁଯୋଗ ଦେବା,(୪)-ଖାଦ୍ୟ ପେୟ, ଗ୍ରସ୍ତ ଖର୍ଚ୍ଚ ବହନ କରିବା ସମେତ ପାରିଶ୍ରମିକ ଖର୍ଚ୍ଚ ଅତିକମରେ ଦଳ ପ୍ରତି ୫୦୦୦ ଟଙ୍କା ପଦାନ କରିବା ଇତ୍ୟାଦି ଦାବୀ ର ସଫଳ ଫଳପ୍ରଦ ନିମନ୍ତେ ପାରମ୍ପରିକ ଲୋକ କଳାକାର ମହାସଂଘ, କନ୍ଧମାଳ, ଟିକାବାଲି ତରଫରୁ ସରକାରଙ୍କୁ ନିକଟରେ ଦାବୀ ରଖିଥିବା ଜଣାପଡ଼ିଛି l ଏଥିପ୍ରତି ଆୟୋଜନ କାରି ସହମତି ପ୍ରଦାନ କଲେ ପ୍ରତ୍ୟେକ କଳାକାର ୧୫/୧୬ ତାରିଖରେ ଆୟୋଜିତ ହେବାକୁ ଥିବା ଜନ ଜାତି ମହୋତ୍ସବ ଟିକାବାଲିରେ ସହଯୋଗ କରିବେ ବୋଲି ନିଷ୍ପତି ନେଇଥିବା ପ୍ରକାଶ କରିଛନ୍ତି I