ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର କବି ସମ୍ରାଟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ପରିସରରେ ନୂଆ ଓଡ଼ିଶା ତଥା ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଦ୍ବାରା ଏକ ସ୍ବେଚ୍ଛାକୃତ ରକ୍ତଦାନା ଶିବିର ଅନୁଷ୍ଠିତ ହୋଇଯାଇଛି । ବିଇଡି କଲେଜର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆମ ଓଡ଼ିଶାର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଶିବିରରେ ୨୧ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । କଲେଜ ଅଧ୍ୟକ୍ଷ ଦିଲ୍ଲିପ୍ କୁମାର ଖୁଣ୍ଟିଆଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମେଡିକାଲ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ, ରକ୍ତକେନ୍ଦ୍ର ଅଧିକାରୀ ଡା.ଗୋବିନ୍ଦ ବିଶ୍ବାସ, ବିଶ୍ବମ୍ବର ଜେନା, ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ, ସହକାରୀ ପ୍ରଫେସର ପ୍ରକାଶ କୁମାର ସାହୁ, ସସ୍ମିତା ବେହେରା ପ୍ରମୁଖ ମଞ୍ଚାସୀନ ରହି ଏହି ଆଇୟ୍ବାଇଡିପି ମାଧ୍ୟମରେ ପିଲାଙ୍କ ମଧ୍ୟରେ କ୍ରୀଡା, ସାଂସ୍କୃତିକ ସାଙ୍ଗକୁ ସେବା ମନୋବୃତି ଜାଗୃତ କରୁଛି । ରକ୍ତଦାନ ଦ୍ବାରା ଅନ୍ୟ ଜୀବନ ବଞ୍ଚାଇବା ଦ୍ବାରା ଆନନ୍ଦ ମିଳିଥାଏ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ରକ୍ତ ଭଣ୍ଡାର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ ।