ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ଅଞ୍ଚଳର ବିଭିନ୍ନ କଲେଜରେ ନୂତନ କୋଠା ପାଇଁ ଭିତିପ୍ରସ୍ତର ସ୍ଥାପନ ସହ ନୂତନ କୋଠା ଉଦଘାଟିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାରେ ବିଭିନ୍ନ କ୍ଷେତ୍ର ସହ ଉଚ୍ଚ ଶିକ୍ଷାର ବହୁ ମାତ୍ରାରେ ଉନ୍ନତି ସାଧିତ ହୋଇଛି । ଭିତ୍ତିଭୂମୀ ସାଙ୍ଗକୁ ଶିକ୍ଷାଦାନ ପ୍ରଣାଳୀରେ ବହୁ ମାତ୍ରାରେ ପରିବର୍ତ୍ତନ ହୋଇଛି । ପୂର୍ବର ଉଚ୍ଚ ଶିକ୍ଷା ପାଇଁ ଆମ ରାଜ୍ୟର ଛାତ୍ରଛାତ୍ରୀମାନେ ରାଜ୍ୟ ବାହାରକୁ ଯାଉଥିବା ବେଳେ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରୁ ପିଲାମାନେ ଇଞ୍ଜିନିୟର ପାଠ ଠାରୁ ଆରମ୍ଭ କରି ଡାକ୍ତରୀ ଆଦି ପାଠ ପଢିବା ପାଇଁ ଓଡ଼ିଶା ଆସୁଥିବାରୁ ଆଜି ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ବ୍ଳକ୍ ଠାରେ ବିଭିନ୍ନ କଲେଜର କୋଠା ଉଦ୍ଘାଟନ ଉତ୍ସବ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଉଚ୍ଚ ଶିକ୍ଷା ଖାଦ୍ୟ ଯୋଗାଣ,ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରକାଶ କରିଛନ୍ତି । ଅର୍ଥମନ୍ତ୍ରୀ ଶ୍ରୀ ଆରୁଖଙ୍କ ପୌରହିତ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ ଅତିଥି ଭାବେ ଯୋଗ ଦେଇ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ୩ କୋଟି ୨୯ ଲକ୍ଷ ଟଙ୍କାରେ ହୋଇଥିବା ନୁତନ ଶ୍ରେଣୀଗୃହ, ସାଢେ ୨ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ବୀର ଚକରା ବିଷୋୟୀ ଶ୍ରେଣୀଗୃହ ଓ ଜଗନ୍ନାଥପ୍ରସାଦ ଡିଗ୍ରୀ କଲେଜର ବିଜୁ ପଟ୍ଟନାୟକ ଏକାଡେମୀ ବ୍ଳକର ଶିଳାନ୍ୟାସ ମଧ୍ୟ ଆଜି ହୋଇଛି । ଏଥିସହ ବିଡିପୁର କଲେଜ ଠାରେ ମଧ୍ୟ ନୂତନ ଶ୍ରେଣୀଗହର ଶୁଭାରମ୍ଭ କରିଥିଲେ । କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜଣେ ଉଚ୍ଚକୋଟିର କବି ଥିଲେ । ତାଙ୍କ ପାଇଁ ଆମେ ସମଗ୍ର ଦେଶରେ ପରିଚିତ ଥିଲେ।