ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ “ମହକ ୨୦୨୩” ନଭେମ୍ବର ୬ ଏବଂ ୭ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ଦୁଇ ଦିନ ଧରି କଳିଙ୍ଗ ଷ୍ଟାଡିୟମ୍ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ଏହା ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଆୟାଜନ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ୩୦ଟି ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନ ଅନ୍ତେବାସୀମାନେ ଭାଗ ନେଇଥିଲେ । ଏହା ରାଜ୍ୟସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ ପ୍ରତିଭା ଓ ସୃଜନଶୀଳତାର ଅଗ୍ରଗତି ନିମନ୍ତେ ଆୟୋଜନ କରାଯାଇଛି । ଏଥିରେ କନିଷ୍ଠ ଏବଂ ବରିଷ୍ଠ ବିଭାଗ ସହିତ ୫ଟି ପ୍ରତିଯୋଗିତା ହୋଇଯାଇଛି I ଯେଉଁଥିରେ କନ୍ଧମାଳ ଚମ୍ପିୟାନ ହୋଇଛି। ଗ୍ରୁପ୍ ନୃତ୍ୟରେ ବରିଷ୍ଠ ବିଭାଗରେ ପ୍ରଥମ, ଏକକ ସଙ୍ଗୀତରେ କନିଷ୍ଠ ବିଭାଗରେ ପ୍ରଥମ ଏବଂ ଚିତ୍ରାଙ୍କନ ରେ କନିଷ୍ଠ ବିଭାଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । କନ୍ଧମାଳ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ଟିକେରାମ୍ ବାଗ ଓ ଦୁଇଟି ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀ ପ୍ରସିକା ଦାସ ଏବଂ ଚମ୍ପିକା ବଡସେଠ୍ ଅନ୍ତେବାସୀଙ୍କ ସହିତ ଅନୁଗାମୀ ଭାବରେ ଯାଇ ତାଙ୍କୁ ଉତ୍ସାହିତ କରିଥିଲେ।
