ଦିବ୍ୟ ଜିବନ ସଂଘ ମୁଣ୍ଡମରାଇ ଶାଖା ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ…..

ଅନୁସନ୍ଧାନ ଭାରତ(ବ୍ୟୁର): ଦିବ୍ୟ ଜୀବନ ସଂଘ ମୁଣ୍ଡମରାଇ ଶାଖା ତରଫରୁ ଧରାକୋଟ ସ୍ଥିତ ବାଲୁଙ୍କେଶ୍ୱର ଅନାଥ ଆଶ୍ରମଠାରେ ଅନ୍ତେବାସୀ ମାନଙ୍କୁ ଶୀତଦିନ ଅବସରରେ ପ୍ରାୟ ୯୦ ଛାତ୍ର ଛାତ୍ରୀଙ୍କୁ ଶୀତ କମ୍ୱଳ ଏବଂ ରନ୍ଧା ଖାଦ୍ୟ ବିତରଣ କରାଯାଇଥିଲା l ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯକ୍ରମକୁ ଦିବ୍ୟ ଜିବନ ସଂଘ ଦକ୍ଷିଣ ଓଡ଼ିଶାର ସଂଗଠକ ଜୟଚନ୍ଦ୍ର ନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ଜୀବନର ଲକ୍ଷ୍ୟ, ଆଦର୍ଶ, ଛାତ୍ରଛାତ୍ରୀମାନଙ୍କ ଚରିତ୍ର ଗଠନ ଏବଂ ଜୀବନ ସହ ସ୍ବାମୀ ଶିବାନନ୍ଦଙ୍କ ଅମୁଲ୍ୟା ବାଣୀର ସଂଯମତା ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ଅବସର ପ୍ରାପ୍ତ ଶାଖା ପରିଚାଳକ ପ୍ରଦୀପ କୁମାର ପାଣିଗ୍ରାହୀ ପିଲାମାନଙ୍କର ବ୍ୟକ୍ତିତ୍ଵ ବିକାଶ ଉପରେ ଆଲୋକ ପାତ କରିଥିଲେ l ମୁଖ୍ୟବକ୍ତାଭାବେ ଶିକ୍ଷାବିତ୍ ଗଣେଶ ରଥ ଛାତ୍ର ଜୀବନରେ ଆଧ୍ୟାତ୍ମିକତାର ଆବଶ୍ୟକତା ଉପରେ ଉପଦେଶ ଦେଇଥିଲେ I ଉକ୍ତ କାର୍ଯ୍ୟ କ୍ରମରେ ଦିବ୍ୟ ଜୀବନ ସଂଘର କର୍ମକର୍ତ୍ତା ପି.ତ୍ରିନାଥ ପାତ୍ର, ଭିକାରି ଚରଣ ପାତ୍ର, ତ୍ରୀମଲି ପାତ୍ର, କନ୍ତାରୁ ପତି, ଯୋଗେନ୍ଦ୍ର ଶାସମଲ, ସୁରେନ୍ଦ୍ର ଗୌଡ଼ ଉଦ୍ୟାକ୍ତା ବି. ଶ୍ୟାମ ସୁନ୍ଦର ପାତ୍ର ଏପରି ଅନେକ ସଭ୍ୟ ଯୋଗ ଦେଇଥିଲେ l ଦିବ୍ୟ ଜୀବନ ସଂଘ ମୁଣ୍ଡମରାଇ ଶାଖା ସଂଯୋଜକ. ୟୁ. ନାଗେଶ୍ଵର ରାଓ ଏହାକୁ ଆଧ୍ୟାତ୍ମିକ ମାର୍ଗରେ ପରିଚାଳନା କରିଥିଲେ l

pradhan