ଫିରିଙ୍ଗିଆ ଓ ରାଇକିଆ ବ୍ଲକରେ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅନୁଷ୍ଟିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ରେ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଥିବା ବେଳେ। କନ୍ଧମାଳ ଜିଲ୍ଲାର ଦ୍ୱତୀୟ ବୃହତ୍ତମ ବ୍ଲକ ଫିରିଙ୍ଗିଆ ହୋଇଥିବାରୁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପାଖାପାକ୍ଷି ଅନୁମାନିକ ୨୫୦୦ରୁ ଅଧିକ ଲୋକେ ରୁଣ୍ଡ ହୋଇଧିବା ଦେଖାଯାଇଛି । ଅନେକ ଲୋକେ ବ୍ୟକ୍ତିଗତ ସମସ୍ୟା ସମେତ ଗ୍ରାମର ସମସ୍ୟା ଗୁଡ଼ିକ ଦରଖାସ୍ତ ଦ୍ୱାରା ସମସ୍ତଙ୍କ ସମୁଖରେ ପ୍ରଦାନ କରିବା ଆଶାରେ ଆସିଥିବା ବେଳେ ନୀରାସ ହୋଇ ମନଦୁଃଖରେ ଫେରୁଥିବା ଦେଖିବାକୁ ମିଳିଛି । କିଛି ଲୋକେ ୫ଟି ସଚ୍ଚିବ ଭି କେ ପାଣ୍ଡିଆନ୍ ଆସୁଛନ୍ତି ବୋଲି ଶୂଣି ସାକ୍ଷାତ କରି ନିଜର ଅଭିଯୋଗ ସମସ୍ତଙ୍କ ସମୁଖରେ ପ୍ରଦାନ କରିବା ଆଶାରେ ଆସିଥିବା ପ୍ରକାଶ କରିଛନ୍ତି । ପରିଶେଷରେ ବାଧ୍ୟ ହୋଇ କିଛି ଜନତା କାର୍ଯ୍ୟକ୍ରମର ଶେଷରେ ଫୁଲବାଣୀ ବିଧାୟକଙ୍କ ସମେତ ଦାଇତ୍ୱରେ ଥିବା ବ୍ୟକ୍ତି ମାନଙ୍କୁ ଫିରିଙ୍ଗିଆ ବ୍ଲକକୁ ବାରମ୍ୱାର ଅଣଦେଖା କାହିଁକି କରାଯାଉଅଛି ବୋଲି ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ଥର କେବଳ ନିର୍ବାଚନ ସମୟରେ ଲୋକମାନଙ୍କୁ ଅନେକ ମିଥ୍ୟା ପ୍ରତିଶ୍ରୁତି ମିଥ୍ୟା ସ୍ୱପ୍ନ ଦେଖାଇ ଚାଲୁଥିବା ସାଧାରଣ ଜନତାଙ୍କ ମଧ୍ୟରେ ଆଲୋଚନା ଜର ଧରିଥିବା ଶୂଣିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ନିଜର ବକ୍ତବ୍ୟ ଉପସ୍ଥାପନ କରି ଥିଲେ I ସେହି ପରି ରାଇକିଆ ବ୍ଲକରେ “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି I ଏହି କାର୍ଯ୍ୟକ୍ରମକୁ ରାଇକିଆ ଗୋଷ୍ଠୀ ଉନୟନ ଅଧିକାରୀଙ୍କ ସିମାଞ୍ଚଳ ମଣ୍ଡଳ ପରିଚାଳନା କରି ଥିବା ବେଳେ ଅନ୍ୟ ବିଭାଗ ଅଧିକାରୀ ସହଯୋଗ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ସମସ୍ତ ପଚାୟତର ଏସ୍ଏଚଜି ଗ୍ରୁପ ମହିଳା, ଅଙ୍ଗନବାଡି କର୍ମୀ, ବ୍ଲକର ମହିଳା ଓ ଆଶା କର୍ମୀ ମହିଳା ମାନଙ୍କୁ ନେଇ ରାଜ୍ୟ ସରକାର ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧକ୍ଷ ତଥା ଭି କେ ପାଣ୍ଡିଆନ ବିଭିନ୍ନ ପ୍ରକଳ୍ପ ଅନୁଦାନ ରାଶି ଭିଡିଓ କନଫରେନ୍ସ ମାଧ୍ୟାମରେ ଲୋକଙ୍କୁ ସିଧାସଳଖ ଭାବେ ଜଣେଇ ଥିବା ବେଳେ ଅଞ୍ଚର ଜନପ୍ରତିନିଧିମାନେ ଶୁବେଛା କୃତଜ୍ଞତା ଜଣେଇଥିଲେ I ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ନିମନ୍ତେ ୮୬ କୋଟି ୫୦ ଲକ୍ଷ ମଞ୍ଜୁର କରିଛନ୍ତି I ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିବା ଥିବା ବେଳେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ I

pradhan