ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକର ଟିକାବାଲି ହାଇସ୍କୁଲ ପଡିଆ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ଆମ ଓଡିଶା ନବୀନ ଓଡିଶା ଉଦଘାଟନ କାର୍ଯ୍ୟକ୍ରମ I ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱରା ୮୫ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୨ ହଜାର ୦୯୯ ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ I ଏହି ଭିଡିଓ କନଫେ୍ରନ୍ସ କାର୍ଯ୍ୟକ୍ରମରେ ଅନେକ ସରକାରୀ, ବେସରକାରୀ କର୍ମଚାରୀଙ୍କ ସମେତ ପ୍ରତେକ ପାଞ୍ଚୟତର ମହିଳା ଗ୍ରୁପର ସଦସ୍ୟ ଯୋଗଦେଇଥିଲେ l ଯାହାକି ଶହ ଶହ ମହିଳା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଜନହିତକର ସଚେତନତା ବାର୍ତ୍ତା ଶୁଣିଥିଲେ l ଏହି କାର୍ଯ୍ୟକ୍ରମ ସଫଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଢ଼ୀ, ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧୁବାଣି ନାୟକ, ଟିକାବାଲି ବ୍ଲକ ଚେୟାରମେନ ଦିଲୀପ କହଁର, ସ୍ୱତନ୍ତ୍ର ଉର୍ନୟନ ପରିଷଦ ଅଧକ୍ଷ ଶ୍ରୀ ଯୁକ୍ତ ରୋଦନ ମଲିକ, ବୁର୍ବିନାଯୁ ସରପଞ୍ଚ ଶାଳିମା ପ୍ରଧାନ I ସେହିପରି ଚକାପାଦ ବ୍ଲକ ଠାରେ ଅନୁଷ୍ଠିତ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ଉଦଘାଟିତ ହୋଇଯାଇଛି । ଏହି ଶୁଭ ମୁହୁର୍ତ୍ତରେ ଉପସ୍ଥିତ ଥିଲେ ବିହନ ନିଗମର ଅଧ୍ୟକ୍ଷ ବିଜୟ ନାୟକ, କନ୍ଧମାଳ ଜିଲ୍ଲାର ସ୍ତ୍ରତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ନଳିନୀ କହଁର, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବୈନେତ୍ରୀ କହଁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦରଞ୍ଜନ ସାହୁ, ବିଧାୟକ ପ୍ରତିନିଧି ଶ୍ରୀ ଯୁକ୍ତ ବିମଳ କୁମାର ନାୟକ, ୧୨ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ୧୨ ଗୋଟି ଗ୍ରାମ ପଞ୍ଚାୟତର ମିଶନ ଶକ୍ତିର ମାଁ ମାନଙ୍କ ପାଇଁ ସାଫଲ୍ୟ ମଣ୍ଡିତ ହୋଇପାଛି । ଉକ୍ତ ଯୋଜନାରେ ଚକାପାଦ ବ୍ଲକର ସମସ୍ତ ପଞ୍ଚାୟତକୁ ସାମିଲ କରାଇ ଥିବାରୁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବୈନେତ୍ରୀ କହଁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବଙ୍କୁ ବ୍ଲକ ବାସୀଙ୍କ ପକ୍ଷରୁ ଧନ୍ୟବାଦ୍ ଜଣେଇଥିଲେ ।
