ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମପଂଚାୟତର ସରକାରୀ ନୋଡାଲ ୟୁ.ପି ସ୍କୁଲ ଖେଳ ପଡ଼ିଆ ଠାରେ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଭିଡିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କାର୍ତ୍ତିକେୟନପାଣ୍ଡିଆନ ଜନ ସାଧାରଣ ଏବଂ ଜନପ୍ରତିନିଧିଙ୍କ ଉପସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ I ବ୍ଲକର ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ହିସାବରେ ୮ ଗୋଟି ପଂଚାୟତକୁ ୪ କୋଟିର ଅନୁଦାନ ପ୍ରଦାନ କରି ଥିଲେ I
କିଛି ଦିନ ପୂର୍ବେ ୫ଟି ସଚିବ ଭି.କେ. ପାଣ୍ଡିଆନ ଏହି ଅଞ୍ଚଳ ଗସ୍ତରେ ଆସି ଅଭିଯୋଗ ଶୁଣି ୭ ଦିନ ମଧ୍ୟରେ ମସଜିଦ, ମଠ, ମନ୍ଦିର, ଚର୍ଚ୍ଚ, ଗୋଷ୍ଠୀ କେନ୍ଦ୍ର, ଏସ.ଏଚ.ଜି.ଗୃହ, ସ୍କୁଲ, କଲେଜ ଇତ୍ୟାଦି ସମ୍ବନ୍ଧୀୟ ସମସ୍ୟା ଗୁଡ଼ିକ ୭ ଦିନ ମଧ୍ୟରେ ସମାଧାନ କରିଥିବାରୁ କଳିଙ୍ଗା ସରପଞ୍ଚ ବକ୍ସି ମଲ୍ଲିକ ଘୁ.ଉଦୟଗିରି ବ୍ଲକ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ର ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କୁ ଜନସାଧାରଣଙ୍କ ଆନ୍ତରିକ ଧନ୍ୟବାଦ ସହ ସାଧୁବାଦ ଜଣେଇ ଥିଲେ I ସ୍ଥାନୀୟ ବିଡିଓ ମନୋଜ କୁମାର ଦେବତା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I
