ରତଙ୍ଗ ଠାରେ ଦୁର୍ନୀତି ମୁକ୍ତ ଅଭିଯାନ ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ରତଙ୍ଗ ପଂଚାୟତ ଶିବମନ୍ଦିର ସମ୍ମୁଖରେ ଥିବା ଭଲେଶ୍ୱର୍ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ରତଙ୍ଗ ପୂର୍ବତନ ସରପଞ୍ଚ ରଜନୀ କାନ୍ତ ମାଲିକଙ୍କ ଅଧ୍ୟକ୍ଷ ତାରେ ଦୁର୍ନୀତି ମୁକ୍ତ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଥିଲା I ଏଥିରେ ପୂର୍ବତନ ସରପଞ୍ଚ କୁଞ୍ଜବନ ମଲ୍ଲିକ, ବର୍ତ୍ତମାନ ସରପଞ୍ଚ ପାର୍ବତୀ ମଲ୍ଲିକ ଗାଁ ମୁଖିଆ, ବରିଷ୍ଟ ବୁଦ୍ଧିଜୀବୀଙ୍କ ସମେତ ରତଙ୍ଗ ପଞ୍ଚାୟତର ଶତାଧିକ ଲୋକ ଉପସ୍ଥିତ ଥିଲେ । ଏହା ସହ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ସମେତ ରତଙ୍ଗ ଗାଁର ମୁଖ୍ୟା ବିମଳ କିଶୋର ମହାକୁଡ଼ ମଧ୍ୟ୍ୟ ଉପସ୍ଥିତ ଥିଲେ ।ବୈଠକରେ ଚୋରି, ଡକାୟତ, ଧର୍ଷଣ, ମଦ ଓ ବାଲ୍ୟ ବିବାହ କୁ ସମ୍ପୂର୍ଣ ମୁକ୍ତ କରିବାକୁ ନିଷ୍ପତି ନିଆଯାଇଥିଲା । ଉକ୍ତ ବୈଠକରେ ସର୍ବ ସମ୍ମତି କ୍ରମେ ପରିଚାଳନା ସମିତି ଗଠନ କରା ଯିବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ପ୍ରତି ୱାର୍ଡରେ ଜଣେ ସକ୍ରିୟ ସଦସ୍ୟ ରହିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯିବା ସହ ଆଗାମୀ ବୈଠକରେ ସମସ୍ତ ପ୍ରକାର ଆଲୋଚାନା କରିବା ପାଇଁ ସ୍ଥିର କରାଯାଇଥିଲା ।