ଘୁ.ଉଦୟଗିରି ଠାରେ କଂଗ୍ରେସର “ଘର ଘର ହାତ-ଘର ଘର କଂଗ୍ରେସ” ଅଭିଯାନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ “ଘର ଘର ହାତ-ଘର ଘର କଂଗ୍ରେସ” ଅଭିଯାନ ସେପ୍ଟେମ୍ବର ୨୫ ଠାରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ଆରମ୍ଭ ହୋଇଛି I ଏହି ପରି ପ୍ରେକ୍ଷୀରେ ଆଜି ଶ୍ରୀରାମ ପଦା ସମନ୍ୱିତ ସଭା ଗୃହ ଠାରେ ଘୁ.ଉଦୟଗିରି ବ୍ଲକ କଂଗ୍ରେସ କମିଟି ସଭାପତି ସଦାନନ୍ଦ ନାୟକଙ୍କ ସଭାପତିତ୍ୱରେ ବହୁ ପୁରୁଖା ଏବଂ ବରିଷ୍ଠ କଂଗ୍ରେସ କର୍ମୀଙ୍କ ଉପସ୍ଥିତିରେ ଏକ ସାଧାରଣ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା I ଆଜିକାରର ଏହି କର୍ମୀ ସମ୍ମିଳନୀରେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ରେ କିଭଳି କଂଗ୍ରେସ ବିଜୟ ଲାଭ କରିବ ତାହା ହିଁ ମୁଖ୍ୟ ଆଭିମୁଖ୍ୟ I ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଜିଲ୍ଲା ସଭାପତି ଅନାମ ଚନ୍ଦ୍ର ନାୟକ, ଏଆଇସିସି ଘନ ଶବର, ବ୍ଲକ ସଭାପତି ସଦାନନ୍ଦ ନାୟକ, ନଗର ସଭାପତି ସୂର୍ଯ୍ୟକାନ୍ତ ନାୟକ, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ,ଏନ.ଏ.ସି କାଉନ ସିଲର ଯାକେଶ ପ୍ରଧାନ, ଏଲଡିଏମ ଇନଚାର୍ଜ ଅମୀର ଚାନ୍ଦ ନାୟକ, ବରିଷ୍ଠ କଂଗ୍ରେସ ନେତା ରାଜେନ୍ଦ୍ର ମହାପାତ୍ର, ବରିଷ୍ଠ କଂଗ୍ରେସ ରଜନୀ ଦାଶ, ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ଗଗନ ପ୍ରଧାନ, ପୂର୍ବତ୍ତନ ଏନଏସି ଅଧକ୍ଷ ଦୀପକ ପ୍ରଧାନ, ପୂର୍ବତ୍ତନ ବ୍ଲକ ସଭାପତି ଟାର୍ଜନ ସାହୁଙ୍କ ସମେତ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଓ ଦଳୀୟ କର୍ମକର୍ତା ଯୋଗ ଦେଇ ଥିଲେ I