ଅନୁସନ୍ଧାନ ଭାରତ(ବ୍ୟୁର): ବର୍ତ୍ତମାନ ସବୁଠି ଡେଙ୍ଗୁ ରୋଗର ଭୟ ଲାଗି ରହିଥିବା ବେଳେ ଡେଙ୍ଗ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଠାରେ ନିଖିଳ ଉତ୍କଳ ଖଡୁରା ସମାଜ ପକ୍ଷରୁ ଡେଙ୍ଗୁ ନିରାକରଣ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଡୁରା ସମାଜର ଉପଦେଷ୍ଟା କୃଷ୍ଣ ନାୟକଙ୍କ ସଂଯୋଜନାରେ ଶତାଧିକ କର୍ମକର୍ତ୍ତା ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଏକତ୍ରିତ ହୋଇ ସେଠାରୁ ହାତରେ ସଚେତନତା ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସାହିକୁ ଯାଇ ଲୋକଙ୍କୁ ସଚେତନ କରାଇଛନ୍ତି । ଗତ ୧୨ ତାରିଖରେ ହିଞ୍ଜିଳିକାଟୁ ଖଡୁରା ସମାଜର ଜଣେ କର୍ମକର୍ତ୍ତାଙ୍କ ଝିଅ ଡେଙ୍ଗୁ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ଏଥି ପାଇଁ ସ୍ଥାନୀୟ ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରିବା ଉଦ୍ଦେଶ୍ୟରେ ଶୋଭାଯାତ୍ରାର ଆୟୋଜନ କରାଯାଇଥିବା ନେଇ ଆୟୋଜକମାନେ ମତବ୍ୟକ୍ତ କରିଛନ୍ତି ।