ତୃତୀୟ ପର୍ଯ୍ୟାୟରେ ମିଶନ ଶକ୍ତି ସଦସ୍ୟାମାନଙ୍କ ବିଦେଶ ଗସ୍ତ….

ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକର ମିଶନ ଶକ୍ତି ଗ୍ରୁପର କର୍ମକର୍ତ୍ତା ଓ ସଦସ୍ୟା ଗଣଙ୍କ ଏକ ୩୫ ଜଣିଆ ଟିମ ସୋମବାର ଦୁବାଇ ଅଭିମୁଖେ ପ୍ରସ୍ଥାନ କରିଛନ୍ତି। ଏହି ଯାତ୍ରା ସମୟରେ ସେମାନେ ବିଶେଷ କରି ସେଠାକାର ବାଣିଜ୍ୟ, ଗମନାଗମନ ଓ ପରିମଳ ବ୍ୟବସ୍ଥା ଉପରେ ଶିକ୍ଷଣୀୟ ବିଷୟ ବୁଲି ଦେଖିବେ। ଚଳିତ ବର୍ଷ ହିଞ୍ଜିଳିକାଟୁ ବ୍ଲକ ସର୍ବ ଭାରତରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ, ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପର୍ଯ୍ୟାୟରେ ଜନପ୍ରତିନିଧି ଓ ମିଶନଶକ୍ତି ମହିଳାମାନଙ୍କ ପାଇଁ ଏହି ଆୟୋଜନ କରାଯାଉଛି। ତେବେ ଆଜି ତୃତୀୟ ପର୍ଯ୍ୟାୟରେ ଏହି ଦଳ ଦୁବାଇ ଗସ୍ତ କରିଛନ୍ତି । ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ମଙ୍ଗଳମୟ ଯାତ୍ରା ପାଇଁ ଶୁଭକାମନା ଜ୍ଞାପନ କରିଥିଲେ ।