ଗଣେଶପୂଜା ଅବସରରେ ବିବିନ୍ନ ଗଣେଶ ମଣ୍ଡପ ପରିଦର୍ଶନ କଲେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ସାନଖେମୁଣ୍ଡି ରେ ପବିତ୍ର ଗଣେଶ ପୂଜା ଅବସରରେ ବିଭିନ୍ନ ଗ୍ରାମାଞ୍ଚଳରେ ଧୁମ ଧାମରେ ପ୍ରଭୁ ଗଜାନନଙ୍କ ପୂଜା ଅର୍ଚନା ଚାଲି ଥ‌ିବା ବେଳେ ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଗ୍ରାମା ଅଞ୍ଚଳରେ ବି ଏହା ଦେଖ‌ିବାକୁ ମିଳିଛି | ଏହି ଅବସରରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ମଧ୍ୟ ବହୁ ଗ୍ରାମରୁ ପୂଜା ମଣ୍ଡପ ପରିଦର୍ଶନ କରିବାକୁ ନିମନ୍ତ୍ରଣ ଆସିବାରେ ଲାଗିଛି । ଫାସିଗୁଡା ପଞ୍ଚାୟତ ଓ ପଟିଗୁଡା ପଞ୍ଚାୟତ କଂସାମାରୀ ପଞ୍ଚାୟତ, ଚୁଡଙ୍ଗପୁର ପଞ୍ଚାୟତ, ମହାନଳା, ପାଟପୁର ଓ କୋଙ୍କରଡ଼ା ଭଳିଆ ଝୋଳା ଏବଂ ଡ଼େଙ୍ଗାଉସ୍ତା ବିଭିନ୍ନ ଗ୍ରାମର କମିଟିମାନଙ୍କ ଅନୁରୋଧ ରକ୍ଷା କରି କାହାରିକୁ ନିରାଶ ନକରି ଯଥା ସମ୍ଭବ ସାହାଯ୍ୟର ହାତ ବଡାଇ ପ୍ରଭୁଙ୍କ ଆଶୀର୍ବାଦ କାମନା କରନ୍ତି । ଅଞ୍ଚଳର ବିଭିନ୍ନ ଗ୍ରାମକୁ ପରିଦର୍ଶନରେ ଯାଇ ପ୍ରଭୁ କୃପା ଲାଭ କରୁଛନ୍ତି ବିଧାୟକ । ନିଜର ବହୁ ସମର୍ଥକଙ୍କ ସହ ଯାଇ ସେ ଦର୍ଶନ କରୁଛନ୍ତି । ପ୍ରତିଟି ସ୍ଥାନରେ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଗ୍ରାମବାସୀମାନେ ବାଜା ବଜାଇ ବାଣ ଫୁଟାଇ ସ୍ଵାଗତ କରୁଥିବାର ଦେଖିବାକୁ ମିଳୁଛି । ଏଥିରେ ବ୍ଲକ୍ ସଭାପତି ବାବୁଲା ଦୋରା, ସମେତ ପ୍ରତେକ ଗ୍ରାମବାସୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଭଗବାନଙ୍କ ଆଶିଷ ମିଳିବା ଏବଂ ଅଞ୍ଚଳ ବାସିଙ୍କ ଭଲ ପାଇବା ଓ ସମର୍ଥନ ମିଳିବା ଏହା ବଡ ଗୌରବର କଥା, ଆଗକୁ ଏହା ଜାରି ରହିବ ବୋଲି ସାନଖେମୁଣ୍ଡି ବିଧାୟକ ପ୍ରତିକ୍ରିୟାରେ କହିଛନ୍ତି I