ବାଲିଗୁଡ଼ା ଏନଏସିର ୫,୬,୭ ୱାର୍ଡରେ ନାହିଁ ଶବ ଦାହ ଗୃହ, ବିଧାୟକଙ୍କ ପ୍ରତିଶ୍ରୁତି ପାଣିର ଗାର…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ବାଲିଗୁଡା ବିଧାୟକଙ୍କ ପ୍ରତିଶ୍ରୁତି ପାଣିର ଗାର ବୋଲି ବାଳିଗୁଡ଼ାରେ ଚର୍ଚ୍ଚା ଜୋର ଧରିଛି I ବାଲିଗୁଡାର ସର୍ବ ପୁରାତନ ଜନ ବହୁଳ ୫,୬,୭ ନମ୍ବର ୱାର୍ଡରେ ମଶାଣି ଜମି ଚିହ୍ନଟ ଓ ଶବ ଗୃହ ନିର୍ମାଣ ପାଇଁ ଦୀର୍ଘ ବର୍ଷରୁ ଅଭିଯୋଗ ହୋଆସୁଥିଲେ ମଧ୍ୟ ଶାସକ ପ୍ରଶାସକ ନୀରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି l ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ଯୋଗୁଁ ଧିରେ ଧିରେ ମଶାଣି ଜମି ସଙ୍କୁଚିତ ହେଉ ଥିଲେ ସୁଦ୍ଧା କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ l ତିନି ୱାର୍ଡ ବାସିନ୍ଦା ମଶାଣି ଭାବେ ବ୍ୟବହାର କରୁଥିବା ଜମି ଚିହ୍ନଟ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ଯୋଗୁଁ ମାଫିଆଙ୍କ ପୂଷମାସ ହୋଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l ଶାଗ ମାଛ ଦରରେ ଜମି ବିକ୍ରି ଚାଳିଛି l ମଶାଣିରେ ଶବ ଗୃହ ଆଲୋକ ପାଣି ବ୍ୟବସ୍ଥା ନଥିବାରୁ ତିନି ପ୍ରମୁଖ ୱାର୍ଡବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି l ବର୍ଷା ଦିନ ମଶାଣିରେ ଶବରେ ଲାଗିଥିବା ଜୁଇ ମଧ୍ୟ ଲିଭି ଯାଇଥିବା ଅଭିଯୋଗ ହେଉଛି l ପରିତାପର ବିଷୟ ଯେ ଏନଏସି ଊପାଧକ୍ଷ ଭାବେ ନୂଆସାହିରୁ ପ୍ରତିନିଧିତ୍ଵ କରୁ ଥିଲେ ମଧ୍ୟ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଉନ୍ନୟନ କାର୍ଯ୍ୟ ଆଗେଇ ପାରୁନାହିଁ l ଚାରିବର୍ଷ ତଳେ ୧୪୭ ବାଟାଲିୟନରେ କାର୍ଯ୍ୟରତ ବିଏସଏଫ୍ ଯବାନ ସହୀଦ ଦିନେଶ ପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ ବେଳେ ତତ୍କାଳୀନ ଉପ ଜିଲ୍ଲାପାଳ ଏବଂ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଯୋଗଦେଇ ମଶାଣି ଜମି ଚିହ୍ନଟ ଶବ ଗୃହ ଆଲୋକ ପାଣି ବ୍ୟବସ୍ଥା ପାଚେରୀ ନିର୍ମାଣ କରିବାକୁ ନିର୍ଭର ପ୍ରତିଶୃତି ଦେଇଥିଲେ I କିନ୍ତୁ ମାନ୍ୟବର ବିଧାୟକ ଅଦ୍ୟାବଧି ତାଙ୍କ ପ୍ରତିଶ୍ରୁତି ପୂରଣ କରିନାହାନ୍ତି ବୋଲି ସ୍ଥାନୀୟ ବାସିନ୍ଦା ମତପ୍ରକାଶ କରିଛନ୍ତି I ଫଳରେ ଲୋକେ ହିନସ୍ତା ହେଉଥିବା ଦେଖିବାକୁ ମିଳିଛି l ବିଧାୟକ ମହୋଦୟଙ୍କ ପାଞ୍ଚବର୍ଷ ପୁରିବାକୁ ବସିଲାଣି ତଥାପି କାମ ଆଗେଇ ପାରୁନି I ଫଳରେ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି l ବାଲିଗୁଡା ଅଧକ୍ଷ ମଧ୍ୟ ସମସ୍ୟା ପ୍ରତି ଅବଗତ ଅଛନ୍ତି କିନ୍ତୁ ଫଳ ଶୂନ I ତେବେ ବାଲିଗୁଡାର ସର୍ବ ପୁରାତନ ସର୍ବ ବୃହତ୍ ସାହି ମଶାଣିରେ ଶବ ଗୃହ ନିର୍ମାଣ ସହ ଆନୁ ସଙ୍ଗିକ ବ୍ୟବସ୍ଥା କରାଯିବା ନେଇ ଅପେକ୍ଷା କରି ରହିଛନ୍ତି ଅଞ୍ଚଳବାସୀ I ନା ରାଜନେତାଙ୍କ ଦ୍ୱାରା ଦିଆଯାଇ ଥିବା ପ୍ରତିଶ୍ରୁତି ପାଣିର ଗାର ବୋଲି ନୂଆସାହିର ବୁଦ୍ଧି ଜିବୀ ଓ ସଚେତନ ନାଗରିକଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କି ମାରିଛି l