ପ୍ରେମ ଏଡୁକୋ ପକ୍ଷରୁ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ଦୂରୀକରଣ ନିମନ୍ତେ ମଣ୍ଡଳୀର ନେତା ମାନଙ୍କ ଏକ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ପ୍ରେମ ଏଡୁକୋ ସହାୟତାରେ ବୁଧବାର ଦିନ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ଦୂରୀକରଣ ନିମନ୍ତେ ଧାର୍ମିକ ନେତା ମାନଙ୍କୁ ନେଇ ଏକ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତାଲିମ ଦାତା ଭାବେ ଅନୁଷ୍ଠାନର କ୍ଷେତ୍ର ସଂଯୋଜକ ରସେନ୍ତ ପାଲଟା ସିଂ ଓ ତାଙ୍କ ସହଯୋଗୀ ଜିତେନ୍ଦ୍ର ସିଂ ଯୋଗ ଦେଇ ତାଲିମ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ( ସି ଆର୍ ସି ଡ଼ି ସି) କ୍ଷେତ୍ର ସଂଯୋଜକ ପ୍ରଶାନ୍ତ ନାୟକ, ଗୋଷ୍ଠୀ ସଜ୍ଜିକରଣ ଅଧିକାରୀ ଦିବ୍ୟ ସିଂହ ସଭାସୁନ୍ଦର ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଜରୀଆରେ ଗ୍ରାମାଞ୍ଚଳମାନଙ୍କରେ କମ୍ ବୟସର ପୁଅ, ଝିଅମାନେ ବିଭିନ୍ନ ପ୍ରଲୋଭନରେ ପଡ଼ି ଓ ଶିକ୍ଷାର ଅଭାବ ହେତୁ ବାଲ୍ୟ ବିବାହ କରିଛନ୍ତି I ଏହା ସହ ପିତା ମାତାଙ୍କ ଦୟନୀୟ ପରିସ୍ଥିତି ଯୋଗୁଁ ଅଧାରେ ପାଠ ପଢା ଛାଡ଼ି ଶିଶୁ ଶ୍ରମିକ ଭାବେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି I ଏତଦ୍ ବ୍ୟତୀତ ଏହି ଅଞ୍ଚଳ ରୁ ଅନେକ ଯୁବକ ଯୁବତୀ ଦାଦନ ଖଟି ରୋଜଗାର କ୍ଷମ ହେବାକୁ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି । ଏପରି କ୍ଷେତ୍ରରେ ଗ୍ରାମ ତଥା ପଞ୍ଚାୟତ ସ୍ତରରେ ରହୁଥିବା, ଧାର୍ମିକ ନେତା , ବୁଦ୍ଧିଜୀବୀ ଓ ବିଶେଷ କରି ପିତାମାତାମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ କଣ ରହିଛି, ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ କ୍ଷେତ୍ରରେ କଣ ସବୁ ସରକାରୀ ନିୟମ ଲାଗୁ କରାଯାଇଛି ଓ ସରକାରୀ ସହାୟତା କିପରି ପାଇ ପାରିବେ ଏ ସମସ୍ତ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ଥିଲା । ଏହି କ୍ଷେତ୍ରରେ ସରକାରୀ ନିୟମାବଳୀକୁ ଜାଣି ନଥିବା ଅନେକ ଲୋକ ଭୁଲ ବାଟରେ ଯିବା ସହ ଶାରିରୀକ, ମାନସିକ ଓ ଆର୍ଥିକ କ୍ଷତି ସହୁ ଥିବା ମତ ପ୍ରକାଶ ପାଇଛି । ଆଗାମୀ ଦିନମାନଙ୍କରେ ନିଜ ଗ୍ରାମ ତଥା ଅଞ୍ଚଳରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ଦୂରୀକରଣ ନିମନ୍ତେ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିବା ଧାର୍ମିକ ନେତାମାନେ ସଙ୍କଳ୍ପ ନେଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଅଞ୍ଚଳର ୪ ଗୋଟି ଧର୍ମାଞ୍ଚଳ ଯଥା -ବ୍ରାହ୍ମଣୀଗାଁ, ଗଦାପୁର, ସରାମୁଳୀ ଓ କାଟିଙ୍ଗିଆ ଧର୍ମ ମଣ୍ଡଳୀର ପ୍ରଚାରକ ଓ ବୁଦ୍ଧିଜୀବୀମାନେ ସାମିଲ ହୋଇଥିବା ଜଣାପଡିଛି ।