ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ୟୁଥ ରେଡକ୍ରସ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଶିବିରରେ ମୋଟ ୫୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧକ୍ଷା ଡଃ.ସ୍ୱସ୍ତିକା ପାଢ଼ୀ ଉଦଘାଟନ କରିଥିଲେ । ଯୁବ ରେଡକ୍ରସର କାଉଁସିଲର ଡଃ. ସୁଜାତା ମହାପାତ୍ର, ଏନଏସଏସ ଅଧିକାରୀ ଅକ୍ଷୟ କୁମାର ପ୍ରଧାନ ଓ ସାଇଲକ୍ଷ୍ମୀ ଅମ୍ବାତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିବିରରେ ଅଧ୍ୟାପକ ଡଃ. ପ୍ରଫୁଲ୍ଲ କୁମାର ରଥ, ଡଃ. ସୁଶୀଳ କୁମାର ପାଣିଗ୍ରାହୀ, ଡଃ. ବିନୋଦ ପାଢ଼ୀ, ଡଃ. ଅରୁଣ କୁମାର ଖାଡଙ୍ଗା,, ପୁରାତନ ଛାତ୍ର ବିପ୍ଳବ ସେଠୀ, ମୁକେଶ ରାଉଳଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।