ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଠାରେଏକ ଅଭିନବ ଉପାୟରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବନବିଭାଗ ପକ୍ଷରୁ ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଅତିରିକ୍ତ ବନପାଳ ଦୀପକ ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ବୃକ୍ଷ ସୁ – ରକ୍ଷା ବନ୍ଧନର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବ୍ରାହ୍ମଣୀଗାଁ ଭିଏସଏସର ସଭାପତି ଚିତ୍ର ସେନ ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସ୍ଵୟଂସହାୟିକା ଓ ଗ୍ରାମ ର ଭଉଣୀ ମା ମାନେ ଯୋଗ ଦେଇଥିଲେ । ଆମେ ଜାଣିଛେ ରକ୍ଷା ବନ୍ଧନ ଏକ ଅତୁଟ ପବିତ୍ର ବନ୍ଧନ ଯାହା ଜଣେ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ଭଗବାନଙ୍କ ଠାରେ ସମସ୍ତ ସୁରକ୍ଷା କାମନା କରିଥାଏ I ହେଲେ ଆଜି ଏଠି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ଗ୍ରାମର ସ୍ଵଂୟ ସହାୟିକା ଗୋଷ୍ଠୀର ମା ଓ ଭଉଣୀମାନେ ବନ ବିଭାଗ ପକ୍ଷରୁ ରୋପଣ କରାଯାଇ ଥିବା ବୃକ୍ଷକୁ ସୁରକ୍ଷା ଦେବା ନିମନ୍ତେ ପ୍ରତିଶୃତିବଧ ହୋଇ ବୃକ୍ଷକୁ ରାକ୍ଷୀ ବାନ୍ଧି ଥିବା ଦେଖିବାକୁ ମିଳିଛି । ବନ ବିଭାଗ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆ ଯାଇ ଥିବାରୁ ଗ୍ରାମ ବାସୀମାନେ ଖୁସି ବ୍ୟକ୍ତ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ଗଦାପୁର ବନପାଳ ସଞ୍ଜୀବ କୁମାର ବେହେରା, କାଟିଙ୍ଗିଆ ବନପାଳ ସରୋଜ ମଙ୍ଗରାଜ ସମେତ ଫାୟାର ସ୍କ୍ୱାର୍ଡ କର୍ମଚାରୀମାନେ ସହଯୋଗ କରିଥିଲେ ।