ଧରାକୋଟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଗୀତା ପାଠଶାଳା ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲାଧରାକୋଟ ନିକଟସ୍ଥ ମୁଣ୍ଡମରାଇ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ମନ୍ଦିର ତରଫରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପରିଚାଳନା କମିଟି ସଭାପତି ନିତ୍ୟାନନ୍ଦ ସାହୁ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ପ୍ରବୋଧ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବରେ ଇଁ ପ୍ରଦୀପ କୁମାର ପତ୍ରୀ, ସମ୍ପାଦକ ଚିଦାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଧାନ ଆଚାର୍ଯ୍ୟ ମହେଶ୍ୱର ସ୍ୱାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ପ୍ରଭୁ ବଳଦେବଙ୍କ ଜନ୍ମ ଜୟନ୍ତୀ, ରକ୍ଷା ବନ୍ଧନର ଆଭିମୁଖ୍ୟ, ଭାଇ ଓ ଭଉଣୀ ମଧ୍ୟରେ ରହିଥିବା ଅନାବିଳ ସ୍ନେହ, ପ୍ରେମ, ଶ୍ରଦ୍ଧା, ନିବିଡ଼ତା ସମ୍ପର୍କରେ ମତ ରଖିଥିଲେ । ଏହା ପରେ କୁନି କୁନି ଛାତ୍ରଛାତ୍ରୀମାନେ ଉପସ୍ଥିତ ଅତିଥି ଓ ପରିଚାଳନା କମିଟି ସଦସ୍ୟ ଏବଂ ଗୁରୁଜୀ, ଗୁରୁମା ମାନଙ୍କୁ ପୁଷ୍ପ ଚନ୍ଦନ ଦେଇ ରାଖୀ ବାନ୍ଧିଥିଲେ । ଠିକ ସେହିପରି ଧରାକୋଟ ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଗୀତା ପାଠଶାଳା ଠାରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବରେ ଧରାକୋଟ ଅଗ୍ନିଶମ ଅଧିକାରୀ ଚିତ୍ତରଞ୍ଜନ ସାହୁ ଯୋଗ ଦେଇଥିଲେ। ଆସିକା ଶାନ୍ତି ଶକ୍ତି ଭବନର ସଂଚାଳିକା ପ୍ରଭାତୀ ଭଉଣୀ ଉପସ୍ଥିତ ରହି ସମସ୍ତଙ୍କୁ ରଖି ବାନ୍ଧିଥିଲେ । ବ୍ରହ୍ମାକୁମାର ମଙ୍ଗୁଲୁ ଭାଇ ଏହାର ପରିଚାଳନା କରିଥିବା ବେଳେ ଧରାକୋଟ ଉପ ସେବା କେନ୍ଦ୍ର ସଂଚାଳିକା ଭଗ୍ୟଲତା ଭଉଣୀ ଧନ୍ୟବାଦ ଅର୍ପଣ କରିଥିଲେ I