ମଣିପୁର ସମ୍ପ୍ରଦାୟକ ହିଂସାକୁ ନେଇ ଗଜପତି ୟୁନାଇଟେଡ ଖ୍ରୀଷ୍ଟିଆନ ଫୋରମ୍ ପକ୍ଷରୁ ଶାନ୍ତି ଶୋଭାଯାତ୍ରା ସହ ସ୍ମାରକ ପତ୍ର ପ୍ରଦାନ…..

ଅନୁସନ୍ଧାନ ଭାରେ(ବ୍ୟୁର): ମଣିପୁର ରାଜ୍ୟରେ ଗତ ମେ ମାସ’ରୁ ଦେଖା ଦେଇଥିବା ସାଂପ୍ରଦାୟିକ ହିଂସା ଥମିବାର ନାମ ନେଉ ନାହିଁ I ତୁରନ୍ତ ସେଠାରେ ଶାନ୍ତି ଫେରାଇ ଆଣିବା ପାଇଁ ଆଜି ଗଜପତି ଜିଲ୍ଲା ୟୁନାଇଟେଡ ଖ୍ରୀଷ୍ଟିଆନ ଫୋରମ୍ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରାଷ୍ଟ୍ରପତି’ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଙ୍କୁ ପ୍ରଦାନ କରାଯାଇଛି । ଏହି ଅବସର’ରେ ଜିଲ୍ଲା ୟୁନାଇଟେଡ ଖ୍ରୀଷ୍ଟିଆନ ଫୋରମ୍ ପକ୍ଷରୁ ଫୋରମର ଆବାହକ ଡଃ ପଲ୍ଲଭ ଲିମା’ଙ୍କ ନେତୃତ୍ୱରେ ସ୍ଥାନୀୟ ପୁରୁଣା କୋର୍ଟ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ମଣିପୁର ଠାରେ ତୁରନ୍ତ ଶାନ୍ତି ଫେରାଇ ଆଣିବା ସହ ମହିଳାଙ୍କୁ ସୁରକ୍ଷା, ପୀଡ଼ିତାଙ୍କୁ ନ୍ୟାୟ ଦେବା ଏବଂ ସଂଖ୍ୟାଲଘୁ ଖ୍ରୀଷ୍ଟିଆନମାନଙ୍କ ସାମ୍ବିଧାନିକ ଅଧିକାର ସୁରକ୍ଷା ସମ୍ପର୍କିତ ପ୍ରଭୃତି ଉପରେ ହଜାର ହଜାର ସଂଖ୍ୟକ ପ୍ଲା-କାର୍ଡ ମାନ ଧରି ଶାନ୍ତି ପ୍ରାର୍ଥନା ମାଧ୍ୟମରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ୟୁନାଇଟେଡ ଫୋରମର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ’ଙ୍କୁ ଭେଟି କାର୍ଯ୍ୟକ୍ରମ ଆଭିମୁଖ୍ୟ ଉପରେ ଆଲୋଚନା କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ଜୋସେଫ ଭୂୟାଁ ମାଝୀ, ସମ୍ପାଦକ ଏସବିସିଏମଏସ ଶ୍ରୀ ଏମ ଭାସ୍କର ରାଓ , କ୍ୟାଥଲିକ ଚର୍ଚ୍ଚ ଫାଦର୍ ଶ୍ରୀ ଅଜିତ କୁମାର ନାୟକ, ଡ଼ଃ ପ୍ରଦୀପ କୁମାର, ବିକାଶ ବର୍ଦ୍ଧନ, ଧିରେନ୍ ନାୟକ ଓ ଜେମସ ରାଇକା’ଙ୍କ ସମେତ ଜିଲ୍ଲାର ସଉରା ବାପଟିଷ୍ଟ ଚର୍ଚ୍ଚ , ଉତ୍କଳ ବାପଟିଷ୍ଟ ଚର୍ଚ୍ଚ, ତେଲୁଗୁ ବାପଟିଷ୍ଟ ଚର୍ଚ୍ଚ, କୁଇ ବାପଟିଷ୍ଟ ଚର୍ଚ୍ଚ, କ୍ୟାଥଳିକ ଚର୍ଚ୍ଚ , ଡବ୍ଲ୍ୟୁଏମଇ ଚର୍ଚ୍ଚ , ଏନସିଡିସି ଓ ସମସ୍ତ ମଣ୍ଡଳୀ ଚର୍ଚ୍ଚ ଏବଂ ବ୍ରହ୍ମପୁର ଜାମା ମସଜିଦର ନିମନ୍ତ୍ରିତ ବହୁ ସଦସ୍ୟ ପ୍ରମୁଖ ଏହି ବିଶାଳ ଶୋଭାଯାତ୍ରାରେ ୧୦ ହଜାର’ରୁ ଉର୍ଦ୍ଧ୍ବ ଅଂଶଗ୍ରହଣ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ଭାବେ ଶତାଧିକ ସଂଖ୍ୟାରେ ପୁଲିସ ମୁତୟନ ଥିଲେ I