ଅନୁସନ୍ଧାନ ଭାରତ(ବ୍ୟୁର): ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ତରଫରୁ ଓ ଆକ୍ସନ ଏଡର ଶ୍ରୀମତୀ ସନ୍ଧ୍ୟାରାଣୀ ମହାନ୍ତି ଶିକ୍ଷା ବିଭାଗର ସିଆରସି ରବିନ୍ଦ୍ର ନାଥ ଦିଗାଲ, ଶ୍ରୀମତୀ ସରିତା ରାଣୀ ମହାରଣା ଏବଂ ପୀରାମଲ ଫାଉଣ୍ଡେସନର କର୍ମଚାରୀ ମାନେ ଡ୍ରପ ଆଉଟ୍ ପିଲା ମାନଙ୍କୁ ବୁଝାଇ ସୁଝାଇ ପୁଣି କିପରି ପରୀକ୍ଷା ଦେଇ କୃତ କାର୍ଯ୍ୟ ହୋଇ ପାରିବେ ସେ ଦିଗରେ ସଚେତନ କରାଇଥିଲେ I ଏହି କାର୍ଯ୍ୟକ୍ରମ ଦୀର୍ଘ ପନ୍ଦର ଦିନ ହେବ ଚାଲି ଥିଲା I ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଫୁଲବାଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଏଜେଓ ହାଇସ୍କୁଲ ଠାରେ ପିଲା ମାନଙ୍କୁ ନୁତନ ଭାବେ ଆଡ଼ମିଶନ କରାଯାଇ ଥିବା ସମୁଦାୟ ୩୬ ଜଣ ପିଲାଙ୍କୁ ଆଜି ସୁଦ୍ଧା ଆଡ଼ମିଶନ କରାଗଲା I ଆଜିର ଏହି କାର୍ଯ୍ୟକ୍ରମକୁ ବିଇଓ ରଞ୍ଜନ କୁମାର କହଁର, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ, ଶିକ୍ଷୟତ୍ରୀ ମୀନା କୁମାରୀ ଦିଗାଲ, ସିଆରସି ଶ୍ରୀମତୀ ସରିତା ମହାରଣା ଓ ରବିନ୍ଦ୍ରନାଥ ଦିଗାଲ ଏବଂ ପିଏଲଭିର ସମସ୍ତେ କର୍ମକର୍ତ୍ତା ଉପସ୍ଥିତ ଥିଲେ I ବିଇଓ ରଞ୍ଜନ କୁମାର କହଁର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ଏଭଳି ଏକ ମହତ୍ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରି ଥିବାରୁ ସାଧୁବାଦ ଜଣାଇଥିଲେ l