ଟିକାବାଲି ଓ ଚକାପାଦ ବ୍ଲକ କଂଗ୍ରେସ ତରଫରୁ ବ୍ଲକ କାର୍ଯ୍ୟାଳୟ ଘେରାଉ….

ଅନୁସନ୍ଧାନ ଭାରତ(ବ୍ୟୟର): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦେଶ କ୍ରମେ ଆଜି ଟିକାବାଲି ଓ ଚକାପାଦ ବ୍ଲକ କଂଗ୍ରେସ ତରଫରୁ ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ୯ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଛି I ଉକ୍ତ ଦାବୀ ଗୁଡ଼ିକ ହେଲା ବ୍ଲକ ସ୍ତରରେ ଚାଲିଥିବା ୧୫ ରୁ ୫୦ ପ୍ରତିଶତ ପି.ସି କାରବାର ବନ୍ଦ, ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷର ଅନୁଦାନକୁ ସିଧାସଳଖ ପ୍ରଦାନ କରିବା, ଖାଲି ପଡ଼ିଥିବା ୨ ଲକ୍ଷ ୨୬ ହଜାର ୫୫୯ ସରକାରୀ ପଦବୀକୁ ପୂରଣ କରିବା, ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ କରିବା ସହ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବା, ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ବୃଦ୍ଧିକୁ ବନ୍ଦ କରିବା, କୃଷିଜାତ ଦ୍ରବ୍ୟ ଅଭାବ ବିକ୍ରି ବନ୍ଦ କରିବା ଓ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବା ପଇଁ ବ୍ୟବସ୍ଥା କରିବା, ଲୋ ଭଲ୍ଟେଜ ପାୱାର କଟ ଓ ବିଦ୍ୟୁତ ଦେୟ ବୃଦ୍ଧି ବନ୍ଦ କରିବା ସହ ଟାଟା କମ୍ପାନୀର ଖାଉଟି ମାରଣା ବିଜୁଳୀ ନୀତିକୁ ବନ୍ଦ କରିବା, ଅନୁସୁଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗଙ୍କୁ କଂଗ୍ରେସ ଦେଇଥିବା ଅଧିକାରକୁ କ୍ଷୁର୍ଣ୍ଣ ନ କରିବା, ନାରୀ ନିର୍ଯ୍ୟାତନା ବନ୍ଦ କରିବା ସହ ଆର୍ଥିକ ଦୃଷ୍ଟି କୋଣରୁ ସଶକ୍ତ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ ବେଳେ କୌଣସି ପ୍ରକାର ପ୍ରିୟାପ୍ରୀତି ପୋଷଣ ନ କରିବା ସହ ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନା ରେ ସାମିଲ କରିବା ଇତ୍ୟାଦି I ଏହି କାର୍ଯ୍ୟକ୍ରମରେ ଟିକାବାଲି ବ୍ଲକ କଂଗ୍ରେସ ସଭାପତି ଗୋକୁଳ ପ୍ରଧାନ, ଜିଲ୍ଲା କଂଗ୍ରେସ ଯୁବ ସଭାପତି ଚନ୍ଦନ ପଣ୍ଡା, କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ପିସିସି ସଦସ୍ୟ ସନ୍ତୋଷ ପଟ୍ଟନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ପ୍ରଧାନ, ପାଡ଼ିଇ ନାୟକ, ସାରଙ୍ଗଧର କହଁର, ପୂର୍ବତନ କଂଗ୍ରେସ ବିଧାୟିକା ବୈଯନ୍ତି ପ୍ରଧାନ, ପୂର୍ବତନ ସମିତି ସଭ୍ୟ ସୁମନ ବେହେରା, ପ୍ରକାଶ କହଁର, ପ୍ରଫୁଲ୍ଲ ଦିଗାଳ, ରାଜ ରଞ୍ଜୀବ ନାୟକ, ଧର୍ମେନ୍ଦ୍ର ପ୍ରଧାନ, ବାମ ଦିଗାଲ, ଶରତ ଦିଗାଳ, ସୁନିଲ କୁମାର ଭୋଇଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ଆଜିର କାର୍ଯ୍ୟକ୍ରମକୁ ସଫଳତା କରିଥିଲେ l