ବିଭିନ୍ନ ଦାବି ନେଇ ଫିରିଙ୍ଗିଆ ବ୍ଲକ କଂଗ୍ରେସ ତରଫରୁ ବ୍ଲକ କାର୍ଯ୍ୟାଳୟ ଘେରାଉ ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ…..
ଅନୁସନ୍ଧାନ ଭାରତ(ବ୍ୟୁର): ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଶୁକ୍ରବାର ଫିରିଙ୍ଗିଆ ବ୍ଲକ କଂଗ୍ରେସ ତରଫରୁ ଫିରିଙ୍ଗିଆ ବ୍ଲକ ରେ କଂଗ୍ରେସ କର୍ମୀମାନେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ଏକ ନଅ ଦଫା ସମ୍ବଳିତ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି । ଫିରିଙ୍ଗିଆ ବ୍ଲକ କଂଗ୍ରେସ ସଭାପତି ତାଳେଶ୍ୱର କହଁରଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ପ୍ରବଳ ବର୍ଷା ସତ୍ୱେ ଏକ ଶୋଭାଯାତ୍ରାରେ ବ୍ଲକ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଡ଼ିଓଙ୍କ ଅନୁପସ୍ଥିତି ରେ ବ୍ଲକର ହିସାବ ରକ୍ଷକ ଅନୁଗ୍ରହ ସଚିନ ଜାଠେଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ସାଧାରଣ ସମ୍ପାଦକ କୃପାସିନ୍ଧୁ ବିଶୋଇଙ୍କ ସହ ଅନ୍ୟ କର୍ମକର୍ତାମାନେ ମଧ୍ୟ୍ୟ ଉପସ୍ଥିତ ଥିଲେ । ତେବେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଏହି ଦାବିପତ୍ରରେ ବ୍ଲକ କାର୍ଯ୍ୟାଳୟଗୁଡ଼ିକରେ ବ୍ୟାପକ ପିସି କାରବାର ଓ ଆବାସ ଯୋଜନା ରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା, ଚାଷୀ ମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳିନୀତିକୁ ବିରୋଧ କରାଯାଇଛି । ତେବେ ଆଗାମୀ ଦିନରେ ରାଜ୍ୟ ସରକାର ଏହି ଦାବିଗୁଡିକ ପ୍ରତି ଧ୍ୟାନ ନଦେଲେ ରାଜ୍ୟ କଂଗ୍ରେସର ଆହ୍ୱାନ କ୍ରମେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କଂଗ୍ରେସ ନେତା ମାନେ ଏହି ଭିକ୍ଷୋଭ ଜରିଆରେ ଚେତାବନୀ ଦେଇଛନ୍ତି ।