ଅନୁସନ୍ଧାନ ଭାରତ(ବ୍ୟୁର): ବିଭିନ୍ନ ଅଭିଯୋଗକୁ ନେଇ କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା କରାଯିବା ସହ ଦାରିଙ୍ଗବାଡି ବ୍ଲକ ଘେରାଉ କରାଯାଇଛି । ଦଳୀୟ କର୍ମୀ ମାନେ କଂଗ୍ରେସ କାର୍ଯ୍ୟାଳୟ ରୁ ଏକ ଶୋଭାଯାତ୍ରା ରେ ବାହାରି ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ବ୍ଲକ ଘେରାଉ କରିଥିଲେ । ଏହାପରେ ବିଡ଼ିଓ ଙ୍କ ଜରିଆରେ ରାଜ୍ୟପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।
ବ୍ଲକ ସ୍ତରରେ ପିସି କାରବାର ବନ୍ଦ କରିବା, ଦରଦାମ ବୃଦ୍ଧି ବନ୍ଦ, କୃଷିଜାତ ଦ୍ରବ୍ୟର ଅଭାବୀ ବିକ୍ରି ବନ୍ଦ ସହ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବା ବ୍ୟବସ୍ଥା, ଟାଟା କମ୍ପାନୀ ଖାଉଟି ମାରଣ ବିଜୁଳି ନୀତି ବନ୍ଦ କରିବା, ନାରୀ ନିର୍ଯାତନା ବନ୍ଦ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସଠିକ୍ ହିତାଧୀକାରୀ ଙ୍କୁ ଚୟନ କରିବା, ଦାରିଙ୍ଗବାଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ୧୦୦ ସଂଖ୍ୟା ବେଡ୍ ବ୍ୟବସ୍ଥା ସହ ପ୍ରସୂତି, ଶିଶୁ ଓ ଶିଶୁ ବିଶେଷଜ୍ଞ ନିଯୁକ୍ତି , ମନରେଗା ଯୋଜନାରେ ଦୁର୍ନୀତି ବନ୍ଦ, ବ୍ଲକ ପରିସର ମଧ୍ୟରେ ହେଉଥିବା ବେଆଇନ କୋଠା ନିର୍ମାଣ ଉଚ୍ଛେଦ କରିବା, ହଳଦୀ ଦର କିଲୋ ପିଛା ୧୨୦ ଟଙ୍କା ଏମଏସପି ଦେବା ,୨୦୦ ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି ସେବା ଯୋଗାଇ ଦେବା, ଉନ୍ନତି ମୂଳକ କାର୍ଯ୍ୟ ଗୁଡ଼ିକ ଡିପାର୍ଟମେଣ୍ଟାଲ ନକରି ପଲ୍ଲୀସଭା ମାଧ୍ୟମରେ କାର୍ଯ୍ୟକର୍ତ୍ତା ଚୟନ କରିବା, ଓଡ଼ିଶାରେ ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ ସହ ଅସ୍ଥାୟୀ କର୍ମଚାରୀ ଙ୍କୁ ସ୍ଥାୟୀ କରିବା ଭଳି ଦାବି କରିଥିଲେ । ବିଡ଼ିଓ ଗଦାଧର ପାତ୍ର ଙ୍କୁ ଦାବି ପତ୍ର ଦେବା ସମୟରେ କଂଗ୍ରେସ ସଭାପତି ପ୍ରଦୀପ ନାୟକ, ସମ୍ପାଦକ ଶରତ ଚନ୍ଦ୍ର ପ୍ରଧାନ, ପୂର୍ବତନ ବିଧାୟକ ଜାକବ ପ୍ରଧାନ, ବରିଷ୍ଟ କଂଗ୍ରେସ ନେତା ଅମିର ଚାନ୍ଦ ନାୟକ, ବିଦ୍ୟାଧର ମଲିକ, କରୁଣାକର ପ୍ରଧାନ, ନେତ୍ରୀ ଶିମଲାରାଣୀ ପଡ୍ରା ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।