ଅନୁସନ୍ଧାନ ଭାରତ(ବ୍ୟୁର): ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପ୍ରଶାସନ ଓ ସିଆରପିଏଫ ବି.୬୪ବାଟା ଲିୟନ ଙ୍କ ମିଳିତରେ ଭାରତମାତା ଏବଂ ବୀର ଯବାନଙ୍କ ନାମରେ ନାରା ଦେଇ କ୍ୟାମରୁ ଉର୍ଲାଦାନୀ ଗ୍ରାମ ପରିକ୍ରମା ପରେ ସହିଦ ରେଣ୍ଡୋ ମାଝୀ ପ୍ରତିମୂର୍ତ୍ତି ପ୍ରାଙ୍ଗଣ ଠାରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୃକ୍ଷରୋପଣ, ପଞ୍ଚ ପ୍ରାଣ ଶପଥ ଗ୍ରହଣ, ମାଟି ସଂଗ୍ରହ, ମାଟି କୋ ନମନ ବିରୋ କା ବନ୍ଦନ କାର୍ଯ୍ୟକ୍ରମ ପରେ ବାଟା ଲିୟନ ର ମୁଖ୍ୟ ଜି. ନବୀ, ଉପସହାୟକ ବିଦ୍ୟାଧର ସେଠି ଓ ସମସ୍ତ ବାଟାଲିୟନଙ୍କ ଉପସ୍ଥିତିରେ ନେହେରୁ ଯୁବକେନ୍ଦ୍ର ଜାତୀୟ ଯୁବ ସ୍ବେଚ୍ଛାସେବୀ ସନତ କୁମାର ସାହୁଙ୍କ ଦ୍ଵାରା ସହିଦ ରେଣ୍ଡୋ ମାଝୀ ଙ୍କ ପରିବାର ବର୍ଗଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ ସ୍ଵମ୍ବର୍ଦ୍ଧନା କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଉର୍ଲାଦାନୀ ସରପଞ୍ଚ ଶ୍ରୀମତୀ ସୁପ୍ରିୟା ମାଝୀ ଗୋପବନ୍ଧୁ ଯୁବକ ସଂଘର ସଭାପତି ଚନ୍ଦନ ଜେନା, ସମ୍ପାଦକ ଅନୀଲ ପରାସେଠ, କଳାରୁଦ୍ର ଯୁବକ ସଂଘ କୁଶୁର୍ଲା ହଜାରୀପଡାର କର୍ମକର୍ତ୍ତା ଦୟାନିଧି ସାହୁ, ହେମନ୍ତ ସାହୁ, ସନତ କୁମାର ସାହୁ, ବିକାଶ ଡ଼ିଗ୍ରୀ ମହାବିଦ୍ୟାଳୟ, ଭବାନୀପାଟଣା ଅଧକ୍ଷ୍ୟ ଶ୍ରୀଯୁକ୍ତ ଡ଼ଃ ସୁଦୀପ୍ତ କୁମାର ଜେନ, ବିକାଶ ନର୍ସିଙ୍ଗ ମହାବିଦ୍ୟାଳୟ ଭବାନୀପାଟଣା ଅଧକ୍ଷ୍ୟା ଶ୍ରୀମତୀ କେ.ଜୟଶ୍ରୀ, ଶ୍ରୀଯୁକ୍ତ ତରୁଣ ମଣ୍ଡଳ ଏବଂ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ପ୍ରୀତମ ନାଗ ସମେତ ସିରାପିଏଫ ବି.୬୪ବାଟାଲୀୟନର ସମସ୍ତ ଯବାନ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l ପରେ ଜାତୀୟ ଯୁବ ସ୍ବେଚ୍ଛାସେବୀ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି ଉକ୍ତ କାର୍ଯ୍ୟକ୍ରମ ଅଗଷ୍ଟ ୯ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ପ୍ରତ୍ୟକ ବ୍ଲକ ସ୍ତରୀୟ ଓ ଗ୍ରାମପଞ୍ଚାୟତ ସ୍ତରୀୟମାଧ୍ୟମରେ ପାଳନ କରାଯିବା ପାଇଁ ସୂଚନା ମିଳିଛି I