ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ବାସି ବିଭିନ୍ନ ସମୟରେ ପ୍ରଶାସନ ଦ୍ୱାରା ହେଉ କି କୌଣସି ବାହ୍ୟ ଶକ୍ତି ଦ୍ୱାରା ଆକ୍ରୋଶର ଶିକାର ହୋଇଥାନ୍ତି I ଠିକ ସେହିପରି ବର୍ତମାନ ପୁଲିସ ପ୍ରଶାସନ ଦ୍ୱାରା ଫିରିଙ୍ଗିଆ ଅଂଚଳରେ ଖେଳି ଯାଇଛି ଭୟ ଓ ଅଶାନ୍ତ ପରିବେଶ I ଫିରିଙ୍ଗିଆ ଥାନା ଅଧିକାରୀ ଓ ହୋମଗାର୍ଡଙ୍କ ଦ୍ୱାରା ପୁଲିସ ଗାଡ଼ିରେ ଗଂଜେଇ ବେପାରକୁ ନେଇ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବା ପରେ ଜ଼ିଲ୍ଲା ଅଧିକାରୀ ହସ୍ତକ୍ଷେପ ନ କରିବା, ସାତ ତାରିଖ ସକାଳୁ ଦିନ ଦୁଇଟା ପର୍ଯ୍ୟନ୍ତ ଜନସାଧାରଣ ଧାରଣାରେ ବସିବା, ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ କିମ୍ବା ଜ଼ିଲ୍ଲାପାଳ କୌଣସି ପଦକ୍ଷେପ ନ ନେବା କାରଣରୁ ଜନସାଧାରଣଙ୍କ ମଧ୍ୟରେ ଅଶାନ୍ତି ଦେଖା ଦେଇ ଥିଲା I ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ଅଶାନ୍ତିର ଭୟଙ୍କର ରୂପ ନେଇ ଥିଲା I ପୁଲିସ ପ୍ରଶାସନ ନିଜ ଦୋଷ ଲୁଚେଇବାକୁ ଯାଇ ଜନତାଙ୍କ ଉପରେ ଅକଥନିୟ ଅତ୍ୟାଚାର କରୁଛି ବୋଲି ବୈଠକରେ ଉପସ୍ଥିତ ଥିବା ସଦସ୍ୟ କହିଛନ୍ତି I ପ୍ରକୃତ ଦୋଷୀକୁ ଗିରଫ କରିବା ବଦଳରେ ପୁଲିସ ସାଧାରଣ ଜନତାଙ୍କୁ ମାଡ ମାରି କୋର୍ଟ ଚାଲାଣ କରୁଛି I ଯାହା ପାଇଁ ଜ଼ିଲ୍ଲାର ଜନସାଧାରଣ ଭୟଭିତ ଥିବା ମଞ୍ଚର ସଦସ୍ୟ ମତପ୍ରକାଶ କରିଛନ୍ତି I ଏହି ପରିପ୍ରେକ୍ଷୀରେ ଆଦିବାସୀ ନେତା ତଥା ଆଇନଜୀବୀ ଲମ୍ବୋଦର କହ୍ନର, ଭାସ୍କର ପଧାନ, ମନୋଜ ମଲ୍ଲିକ, ତୁଷାର ପ୍ରଧାନଙ୍କ ନେତୃତ୍ୱରେ ଫିରିଙ୍ଗିଆ ବ୍ଲକ ତଳଦଣ୍ଡକିଆ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ କରାଯାଇ କନ୍ଧମାଳ ମିଳିତ ମଞ୍ଚ ନାମରେ ଏକ ମଞ୍ଚ ଗଠନ କରାଯାଇଛି I ଜନସାଧାରଣ ଦିନସାରା ରାଜରାସ୍ତାରେ ଧାରଣାରେ ବସିଲେ ହେଲେ ପ୍ରଶାସନ କାହିଁକି ଜନସାଧାରଣଙ୍କ ନିକଟକୁ ଆସି ସମାଧାନ କଲେ ନାହିଁ I ଯାହାଫଳରେ ଅଘଟଣ ଘଟିଲା ଏଥି ନିମନ୍ତେ ପୁଲିସକୁ ମଞ୍ଚ ପକ୍ଷରୁ ଦାୟୀ କରାଯାଇଛି I ଏହା ସହ ଜନସାଧାରଣଙ୍କୁ ପାଣି ପିଆଇ ପିଆଇ ମାଡ ମାରିବା ଘଟଣାକୁ ପ୍ରତିବାଦ କରିବା ପାଇଁ ମଞ୍ଚ ପକ୍ଷରୁ ନିଷ୍ପତି କରାଯାଇଛି I କମିଟି ପରିଚାଳନା ନିମନ୍ତେ ସଭାପତି ଭାବେ ସମୀର ଘଟାଲ, ଉପସଭାପତି ତିଳେଶ୍ୱର କହ୍ନର, ସାଧାରଣ ସମ୍ପାଦକ ଆଇନଜୀବୀ ସତ୍ୟନାରାୟଣ ବେହେରା, ସହ ସମ୍ପାଦକ ଡ୍ରାଇଭର କହ୍ନର, କାର୍ଯ୍ୟକାରୀ ସଦସ୍ୟ ରୂପେ ବାମଦେବ ମଲ୍ଲିକ, ଭୋଦେବ କହ୍ନର, ଶିବଶଙ୍କର ସାହାଣୀ, ସୋମନାଥ ବାଗ, ପ୍ରଦୀପ କହ୍ନର, ତ୍ରିନାଥ ମାଝୀ, ଦିବାକର ଡିଗାଲ, ପଙ୍କଜ ବେହେରା, ଅନାମ ଡିଗାଲ ପ୍ରମୁଖଙ୍କୁ ମନୋନୀତ କରାଇଛି I ମଞ୍ଚ ପକ୍ଷରୁ ଆସନ୍ତା ତା ୨୮.୦୮.୨୦୨୩. ରିଖରେ ପ୍ରତିବାଦ ଶୋଭାଯାତ୍ରା ଏବଂ ସାଧାରଣ ସଭା କରନେସନ ପଡିଆରେ କରାଯିବାକୁ ନିଷ୍ପତି କରାଯାଇଛି I ଏହି ସଭାରେ ଜ଼ିଲ୍ଲାର ପ୍ରାୟ ସବୁ ବ୍ଲକ ପ୍ରତିନିଧି ଯୋଗଦେଇ ଥିଲେ I ଏହି ବୈଠକରେ ଉପଦେଷ୍ଟା ଭାବେ ଆଦିବାସୀ ନେତା ଲମ୍ବୋଦର କହ୍ନର, ଭାସ୍କର ପଧାନ, ମନୋଜ ମଲ୍ଲିକ, ତୁଷାର କହ୍ନରଙ୍କୁ ସର୍ବସମ୍ମତି ମନୋନୀତ କରାଯାଇଛି I