ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ୫୯ ଜାତୀୟ ରାଜପଥ ତଗାକିଆ ଗ୍ରାମରେ ବାଇକ ଓ କାର ଭାରସାମ୍ୟ ହେରେଇ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ ଘଟି ଥିବାବେଳେ ଦୁଇ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଉମରକୋଟ ଠାରୁ ଭୁବନେଶ୍ୱରକୁ ଯାଇଥିବା ଏକ ସ୍ୱିଫ୍ଟ ଡିଜାର କାର ସହ ବାଲିଗୁଡା ପଟରୁ ଆସୁଥିବା ଏକ ପଲସର ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ବାଲିଗୁଡା ଥାନା ପୁଲିସ ସେଠାରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ୧୦୭ ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ମେଡ଼ିକାଲ ଆଣି ଥିଲା I ଘଟଣା ସ୍ଥଳରୁ ସମସ୍ତ ଦୁର୍ଘଟଣା ଗ୍ରସ୍ତ ଗାଡି ଗୁଡିକୁ ଥାନା ଆଣିବା ସହ ଅଧିକ ତଦନ୍ତ କରୁଥିବା କହିଛନ୍ତି ଥାନା ଅଧିକାରୀ ବାବା ଶଙ୍କର ସରାଫ୍ ।ବାଲିଗୁଡା ମେଡ଼ିକାଲରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟ ସ୍ଥାନାନ୍ତରିତ କରିଥିଲେ । ଦୁଇ ମୃତକ ମଧ୍ୟରୁ ଜଣେ ବାଇକ ଆରୋହି ବଟାଗୁଡ଼ା ପଞ୍ଚାୟତ ସୁକୁଙ୍ଗିଆ ଗ୍ରାମର ରାକି ଦିଗାଲ ଥିବାବେଳେ ଅନ୍ୟଜଣେ ମୃତ କାରଯାତ୍ରୀ ଉମରକୋଟର ଉଦୟନାଥ ମହାପାତ୍ର ବୋଲି ପୁଲିସ ସୂଚନା ଦେଇଛି I