ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁ ଇଣ୍ଡୋର୍ ଷ୍ଟାଡିୟମ୍ ପରିସରରେ ଶୁକ୍ରବାର ଠାରୁ ରାଜ୍ୟସ୍ତରୀୟ (୧୯ ବର୍ଷରୁ କମ) ବ୍ୟାଟମିଣ୍ଟନ ସ୍ପର୍ଦ୍ଧା ଉଦଘାଟିତ ହୋଇଯାଇଛି । ଜାତୀୟ ବ୍ୟାଟମିଣ୍ଟନ ସଂସ୍ଥା ସହ ଅନୁବନ୍ଧିତ ଓଡ଼ିଶା ବ୍ୟାଟମିଣ୍ଟନ ସଂସ୍ଥା ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏହି ସ୍ପର୍ଦ୍ଧା ଅନୁଷ୍ଠିତ ହୋଇଛି । ଉଦଘାଟନୀ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଶିକ୍ଷାନବୀସ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସମୀର କୁମାର ଜେନା, ହିଞ୍ଜିଳିକାଟୁ ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଶେରଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଆଜି ଠାରୁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏହି ସ୍ପର୍ଦ୍ଧା ଅନୁଷ୍ଠିତ ହୋଇ ରବିବାର ଏହାର ସମାରୋପ ହେବ । ଅନ୍ୟ ମାନଙ୍କ ମଧ୍ୟରେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଶେରଗଡ଼ ବ୍ଲକ ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଓଡ଼ିଶା ମୋ ପରିବାରର ସମ୍ପାଦକ ନୀଳମଣି ପଟ୍ଟନାୟକ, ପ୍ରମୁଖଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ ।