ମଣିପୁର ହିଂସାକୁ ନେଇ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାରିଙ୍ଗବାଡି ଠାରେ ବିକ୍ଷୋଭ ପ୍ରଦର୍ଶନ, ପ୍ରଧାନ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ….
ଅନୁସନ୍ଧାନ ଭାରତ(ବ୍ୟୁର): ମଣିପୁରରେ ଘଟୁ ଥିବା ହିଂସା ଓ ମହିଳାଙ୍କୁ ଉଲଗ୍ନ କରି ପ୍ୟାରେଡ୍ କରାଇବା ଘଟଣାକୁ ନିନ୍ଦା କରି ସମଗ୍ର ଭାରତ ବର୍ଷର ବିଭିନ୍ନ କୋଣରୁ ନିନ୍ଦା କରାଯାଉ ଥିବା ବେଳେ ଏହି ଘଟଣାକୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଠାରେ ତୀବ୍ର ବିରୋଧ କରାଯାଇଛି । ଶୁକ୍ରବାର ଦିନ କଂଗ୍ରେସ କମିଟିର ପ୍ରଦେଶ ମହିଳା ସଭାପତି ବନ୍ଦିତା ପରିଡ଼ାଙ୍କ ନିର୍ଦେଶ କ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସମ୍ଫାଦିକା ବିଳାସିନୀ ନାୟକ ଓ ଜିଲ୍ଲା ସଭାନେତ୍ରୀ ରୁଦା ମଲ୍ଲିକଙ୍କ ନେତୃତ୍ୱରେ ଆଜି କନ୍ଧମାଳ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଦାରିଙ୍ଗବାଡି ଠାରେ ଏକ ବିଶାଳ ରାଲିରେ ଜିଲ୍ଲା ତଥା ଅଂଚଳର ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇ ଚାରି ଛକ ଠାରୁ ତିନି ଛକ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଭିକ୍ଷୋଭ ପ୍ରଦର୍ଶନୀ ସମୟରେ ମଣିପୁର ହିଂସା ରେ ଘଟି ଥିବା ଦଳିତ ମହିଳାଙ୍କ ପ୍ରତି ଅତ୍ୟାଚାରକୁ କେନ୍ଦ୍ର କରି ମହିଳାଙ୍କୁ ଉଚିତ ନ୍ୟାୟ ତଥା ପ୍ରଧାନ ମନ୍ତ୍ରୀ ଓ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ I ଏହା ସହ ବିକ୍ଷୋଭ କାରୀମାନେ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ସାହଙ୍କ କୁଶ ପୁତଳିକା ଦାହ କରିଥିଲେ । ମଣିପୁର ହିଂସା ରେ ପ୍ରପୀଡ଼ିତ ଲୋକମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରି ଏହାର ଆସୁ ସମାଧାନ ଦାବି କରିଥିଲେ । ପିଡ଼ିତା ମହିଳାଙ୍କୁ ଉଚିତ ନ୍ୟାୟ ପ୍ରଦାନ ନ କଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ସହ ସମଗ୍ର ଦେଶର ମହିଳାଙ୍କୁ ନେଇ କଳା ଦିବସ ପାଳନ କରିବା ପାଇଁ ଚେତାବନୀ ଦେଇଥିଲେ । ଉକ୍ତ ଶୋଭା ଯାତ୍ରାରେ ବିସ୍ମୟ ମହାପାତ୍ର, ଅଜୟନ୍ତି ପ୍ରଧାନ, ଯାକୁବ ପ୍ରଧାନ, ନକୁଳ ନାୟକ ଓ ପିସିସି ମେମ୍ବର ସନ୍ତୋଷ ପ୍ରଧାନ ତଥା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚନ୍ଦନ ପଣ୍ଡା, ବାଲିଗୁଡା କାଉନସିଲର ଅଜୟ କୁମାର ଦିଗାଳ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଓ ବହୁ କଂଗ୍ରେସ କର୍ମୀମାନେ ସାମିଲ ହୋଇଥିଲେ । ସ୍ଥାନୀୟ ଥାନାଧୀକାରୀ କୌଶିକ ମାଝୀଙ୍କ ନେତୃତ୍ବରେ ପୁଲିସ ବାହିନୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇ ଥିଲା।