ସେଣ୍ଟ ଜୋନ ସ୍କୁଲରେ ବନମହୋତ୍ସବ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ସେଣ୍ଟ ଜୋନ ସ୍କୁଲରେ ବନମହୋତ୍ସବ ପାଳିତ ହୋଇଯାଇଛି l ଏହି ବନମହୋତ୍ସବ ମୁଖ୍ୟ ଅତଥିଭାବେ ବାଲିଗୁଡା ସହକାରୀ ବନ ସଂରକ୍ଷକ ମନୋରଞ୍ଜନ ବାଘ ଯୋଗଦେଇ ଥିଲେ l ସ୍କୁଲ କର୍ତ୍ତପକ୍ଷ ପକ୍ଷରୁ ସହକାରୀ ବନ ସଂରକ୍ଷକଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ସ୍କୁଲ ପରିସର ମଧ୍ୟରେ ବୃକ୍ଷ ରୋପଣ କରାଯିବା ପରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ସୁସ୍ଥ ପରିବେଶ ଓ ମନୁଷ୍ୟ ସମାଜ ପାଇଁ ବୃକ୍ଷର ଆବଶ୍ୟକତା କଣ ରହିଛି ସେନେଇ ଆଲୋଚନା କରିଥିଲେ ଏବଂ ଛାତ୍ର ଛାତ୍ରୀ ଅଭିଭାବକମାନଙ୍କୁ ନିଜ ଗାଁ ଦାଣ୍ଡ ଘର ପରିବେଶ ମଧ୍ୟରେ ବୃକ୍ଷ ରୋପଣ ପାଇଁ ଅପିଲ କରିଥିଲେ l