ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଠାରେ ଚାରି ଦିନିଆ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ବନ୍ଧୀୟ ଶିକ୍ଷଣ ଉପକରଣ କକ୍ଷ ପ୍ରସ୍ତୁତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ତଥା କର୍ମଶାଳାରେ ଟିକାବାଲି ଡି.ଆଇ.ଇ.ଟି ର ଅଧକ୍ଷ ଶ୍ରୀ ବାମଦେବ ତ୍ରିପାଠୀ ଓ ଅନ୍ୟ ଶିକ୍ଷକ ପ୍ରଶିକ୍ଷକ ମଧ୍ୟରେ ଶ୍ରୀ ସର୍ବେଶ୍ୱର ଦାଶ, ଶ୍ରୀ ସୁବାଷ ଚନ୍ଦ୍ର ବେହେରା, ଶ୍ରୀମତୀ ସସ୍ମିତା ପ୍ରଧାନ, ବାଣିରୂପା ପ୍ରଧାନ, ସ୍ମୃତି ସନ୍ଧ୍ୟା, ରଶ୍ମିତା ଗିରି, ଶ୍ରୀମା ଶୁଭଶ୍ରୀ ଦାଶ, ଶୁଭଶ୍ରୀ ବେହେରା, ଟିପାରୀଗାଁ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ କନ୍ଧମାଳର କୋଣ ଅନୁକୋଣରୁ ଆସିଥିବା ସମ୍ବଳ ଶିକ୍ଷକ ମଧ୍ୟରେ ଶ୍ରୀ ସିମାଞ୍ଚଳ ମୁଖି, ଶ୍ରୀ ପବିତ୍ର ସାହୁ, ଶ୍ରୀ ରବୀନ୍ଦ୍ର ଦିଗାଳ, ପ୍ରଦୀପ ମହାନ୍ତି, ବିପିନ ବେହେରା, ଜ୍ୟୋତ୍ସ୍ନାରାଣୀ ବେହେରା, ନମ୍ରତା ମଞ୍ଜରୀ କର, ରାଧାକାନ୍ତ ଦିଗାଳ, ସଞ୍ଜୟ ମହାପାତ୍ର, ଅରୁଣ କୁମାର ଦେ, ସଂଗୀତା ସାହୁ, ବିମଳ କହଁର, ଅଜିତ କୁମାର ମଲିକ ଓ ଅରବିନ୍ଦ ମହାପାତ୍ର ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ l ଅବସରପ୍ରାପ୍ତ ତଥା ପୂର୍ବତନ ଆଦର୍ଶ ଶିକ୍ଷକ ଶ୍ରୀ ଗୋଲକ ବିହାରୀ ପଟ୍ଟନାୟକଙ୍କ ତତ୍ୱାବଧାନରେ ସମସ୍ତ ସମ୍ବଳ ଶିକ୍ଷକଙ୍କ ଦ୍ୱାରା ଗଣିତ ଓ ସାକ୍ଷାରତା ସମ୍ବନ୍ଧୀୟ ବହୁତ ଉଚ୍ଚକୋଟିର ଶିକ୍ଷଣ ଉପକରଣ ପ୍ରସ୍ତୁତ କରିଥିଲେ l ଏହି ଆକର୍ଷଣୀୟ ତଥା ଅଭିନଵ ଉପକରଣ ଦ୍ୱାରା ମୌଳିକ ସାକ୍ଷାରତା ଓ ସଂଖ୍ୟାଜ୍ଞାନ ସମ୍ବଳ କକ୍ଷ ପ୍ରସ୍ତୁତିକରଣକୁ ଅଧିକ ଆକର୍ଷଣୀୟ କରାଯାଇଛି l