ଗଞ୍ଜାମ ଜିଲ୍ଲା ଯୁବ ବିଜେଡିରେ ହିଞ୍ଜିଳିର ଦୁଇ ଯୁବ ନେତା, ପ୍ରଭାତ ସାଧାରଣ ସମ୍ପାଦକ ଓ ସଂସ୍କାର ସମ୍ପାଦକ….

ଅନୁସନ୍ଧାନ ଭାରତ(ବ୍ୟୁର): ବିଜୁ ଜନତା ଦଳର ପରିବର୍ଦ୍ଧିତ କଳେବରରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡିରେ ହିଞ୍ଜିଳିକାଟୁ ଅଞ୍ଚଳର ଦୁଇ ଯୁବନେତାଙ୍କୁ ସ୍ଥାନ ମିଳିଛି । ଛାତ୍ର ତଥା ଯୁବ ନେତା ପ୍ରଭାତ କୁମାର ମହାରଣା ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଓ ସଂସ୍କାର ପଟ୍ଟନାୟକ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ଭାବରେ ମନୋନୀତ ହୋଇଛନ୍ତି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ସୂଚନା ପ୍ରଦାନ କରିଛନ୍ତି । ପ୍ରଭାତ ଦୀର୍ଘ ଦିନରୁ ତ୍ରିରଙ୍ଗା ସେବା ସଂଘ ଆଦି ବିଭିନ୍ନ ସାମାଜିକ ସଂଗଠନ ସହ ଜଡ଼ିତ ରହି ସମାଜସେବା ପ୍ରତି ନିଜ ପ୍ରତିବଦ୍ଧତା ପ୍ରଦର୍ଶିତ କରି ଆସୁଛନ୍ତି । ସେହି ଭଳି ସଂସ୍କାର ମଧ୍ୟ ଷ୍ଟୁଡେଣ୍ଟସ ଫର୍ ସୋସାଇଟି ନାମରେ ଏକ ଯୁବ ସଂଗଠନର ସ୍ଥାପନା କରି ସାମାଜିକ କାର୍ଯ୍ୟକ୍ରମରେ ଲିପ୍ତ ଅଛନ୍ତି I ସଂସ୍କାର ଗତ ପୌର ନିର୍ବାଚନରେ ୧୫ ନଂ ୱାର୍ଡରେ ବିଜୁ ଜନତା ଦଳର କାଉନସିଲର ପ୍ରାର୍ଥୀ ଭାବରେ ମଧ୍ୟ ଅବତୀର୍ଣ୍ଣ ହୋଇଥିଲେ । ଉଭୟେ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର I ଏହି ଦୁଇ ଯୁବନେତା ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରି ସମାଜସେବାକୁ ବ୍ରତ ଭାବରେ ଆପଣାଇ ସହରର ରାଜନୈତିକ ପୃଷ୍ଠଭୂମିରେ ସକ୍ରିୟ ରହିଛନ୍ତି । ଉଭୟଙ୍କୁ ନୂଆ ଦାୟିତ୍ଵ ମିଳିବା ପରେ ସମର୍ଥକଙ୍କ ମହଲରେ ଖୁସିର ବାତାବରଣ ପରିଲକ୍ଷିତ ହୋଇଛି ।