ମାଓବାଦୀ ପରିଚୟ ଦେଇ ଲୁଟ: ୪ ଗିରଫ ଓ ୨ ଫେରାର

ଅନୁସନ୍ଧାନ ଭାରତ(ବ୍ୟୁର): ଗତ ୧୦.୦୬.୨୦୨୧ରଖ ରାତ୍ର ପ୍ରାୟ ୧୧.୪୫ ମିନିଟ ସମୟରେ କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ମକପାଟା ଗ୍ରାମର ପ୍ରମୋଦ ପ୍ରଧାନଙ୍କ ଘରେ ଏବଂ ଦୋକାନରେ ମାଓବାଦୀର ପରିଚୟ ଦେଇ କିଛି ଅଜଣା ବ୍ୟକ୍ତି ତାଙ୍କ କବାଟ ବାଡେଇ ଥିଲେ ଓ ସେମାନଙ୍କୁ କିଛି ଖାଇବା ପାଇଁ ଚାଉଳ, ଡାଲି ମାଗି ଥିଲେ I ପ୍ରମୋଦ ପ୍ରଧାନ କବାଟ ଖୋଳିବାରୁ ସେହି ଦୃବୁତମାନେ ବନ୍ଧୁକ, ଭୁଜାଲି, କାତି ଦେଖାଇ ସେମାଙ୍କୁ ଡରାଇ ପାଟି ନକରିବାକୁ ଏବଂ ପୁଲିସକୁ ଖବର ନଦେବାକୁ କହିଥିଲେ I ତାପରେ ସେମାନେ ଡରାଇ ତାଙ୍କ ଘରୁ ପ୍ରାୟ ପନ୍ଦର ହଜାରେ ଟଙ୍କା, ତାଙ୍କ ସ୍ତ୍ରୀ ପିନ୍ଧିଥିବା ୮ ଅଣାର ଗୋଟିଏ ହଳ ସୁନା କାନଫୁଲ, ଗୋଟିଏ ମୋବାଇଲ ଫୋନ ଏବଂ ଦୋକାନରୁ କିଛି ଖାଦ୍ୟ ସାମଗ୍ରୀ ନେଇ ସେଠାରୁ ପଳାଇଥିଲେ I ସେଠାରୁ ଗଲା ପରେ ରାତ୍ରି ପ୍ରାୟ ରାତ୍ର ୨ ଘଟିକା ସମୟରେ ଡପେରି ଗ୍ରାମର ବିଶ୍ବନାଥ ପ୍ରଧାନଙ୍କ ଘରେ ସମାନ ଢଙ୍ଗରେ ଡକାୟତି କରି ପ୍ରାୟ ୧୦,୦୦୦ ଟଙ୍କା ଏବଂ ୩ ଗୋଟି ମୋବାଇଲ ନେଇ ଚାଲିଯାଇଥିଲେ I ଏ ନେଇ ଦାରିଙ୍ଗବାଡି ଥାନାରେ ଅଭିଯୋଗ ହୋଇ ଥିଲା I ଅଭିଯୋଗ ପାଇବା ପରେ ଥାନାଧିକାରୀ କୌଶିକ ମାଝି ୯୯/୨୧ ଏବଂ ୧୦୦/୨୧ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ I ଘଟଣାକୁ ଗୁରୁତର ସହ ଗ୍ରହଣ କରି କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଏଡିପିଓ ବାଲିଗୁଡ଼ା ମନୋଜ କୁମାର ପୁଝାରିଙ୍କ ନେତୃତ୍ବରେ ଥାନା ଅଧିକାରୀ କୌଶିକ ମାଝି ଏବଂ ଏସ ଆଇ ସୌମ୍ୟ କାନ୍ତ ପଣ୍ଡା ଥାନା ସ୍ଟାଫ ଏକ ସ୍ବତନ୍ତ୍ର ଟୀମ କରି ଏହାର ତଦନ୍ତ କରିଥିଲେ I ଏସଆଇ ସୌମ୍ୟ କାନ୍ତ ପଣ୍ଡା ଏଥିରେ ସମ୍ପୃକୁ ଥିବା ଆସାମୀମାନଙ୍କୁ ଚିହ୍ନଟ କରି, ବିଭିନ ସ୍ଥାନରେ ଚଢାଉ କରିଥିଲେ ଏବଂ ଚାରି ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ I ବର୍ତମାନ ଆଉ ଦୁଇ ଜଣ ଆସାମୀ ଫେରାର ଦାରିଙ୍ଗବାଡ଼ି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି I ଗିରଫ ଆସାମୀମାନଙ୍କ ଠାରୁ ଏହି ଡକାୟତି ଘଟଣାରେ ବ୍ୟବହୃତ ଦେଶୀ ବନ୍ଧୁକ, ଛୁରୀ, ଖଣ୍ଡା, ଲୁଟ ହୋଇଥିବା ସୁନା, ନଗଦ ୧୦,୫୦୦/- ଟଙ୍କା ଏବଂ ଦୁଇ ଗୋଟି ମୋବାଇଲ ଫୋନ ଜବତ କରାଯାଇଥିବା ଥାନା ତରଫରୁ ସୂଚନା ମିଳିଛି