ନକଲି ସୁନା ଅଳଙ୍କାର ବନ୍ଧକ ରଖି ଟଙ୍କା ହଡପ ଅଭିଯୋଗ, ୧୧ ଗିରଫ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ପାରଳା ଆଦର୍ଶ ଥାନା ପୁଲିସ ଦ୍ଵାରା ନକଲି ସୁନା ଗହଣା ବନ୍ଧକ ରଖି ଟଙ୍କା ହଡପ କରିଥିବା ଅଭିଯୋଗରେ ୧୧ ଜଣଙ୍କୁ ଗିରଫ କରାଯାଇଛି । ଘଟଣାରୁ ପ୍ରକାଶ ଯେ ଗତ ୫.୫.୨୦୨୩ଦିନ ସ୍ଥାନୀୟ ବ୍ୟାଙ୍କ୍ ଅଫ ଇଣ୍ଡିଆ ଶାଖା ପରିଚାଳକ ମନୋଜ କୁମାର ପାଲାକା (୩୨) ପାରଳା ଆଦର୍ଶ ଥାନରେ ଏକ ଲିଖିତ ଅଭିଯୋଗ କରି ତାଙ୍କ ଶାଖାରୁ ଜାଲ ସୁନା ଗହଣା ବନ୍ଧକ ରଖି ଟଙ୍କା ହଡପ ହେଇଥିବା ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଥାନାରେ ୧୨୭/୨୩ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ଏହାକୁ ନେଇ ପୁଲିସ ପକ୍ଷରୁ ବ୍ୟାପକ ଅନୁସନ୍ଧାନ କରାଯିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି । ବ୍ୟାଙ୍କରେ କାର୍ଯ୍ୟରତ ବଣିଆଙ୍କ ସମେତ ମୋଟ ୧୧ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ପାରଳା ସହରର ୮ଜଣ, କାଶୀନଗର ଅଞ୍ଚଳର ଜଣେ, ଗୁରଣ୍ଡି ଗ୍ରାମର ଜଣେ ଓ ପଡୋଷି ଆନ୍ଧ୍ରର ପୁରୁଣା ପାଟଣା ଗ୍ରାମର ଜଣେ ସାମିଲ ଥିବା ଥାନା ପକ୍ଷରୁ ଅଧିକାରୀ ବାବୁଲା ନାୟକ ସୂଚନା ଦେଇ କହିଥିଲେ । ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି ।