ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗୁଣପୁର ଶାଖାରେ ୭୫ ତମ ପ୍ରତିଷ୍ଠା ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ୧୯୪୯ ମସିହା ଜୁଲାଇ ୯ ତାରିଖରେ ପ୍ରତିଷ୍ଠା ହୋଇଥିବା ଏ.ଭି.ବି.ପି ଆଜି ସାରା ଦେଶରେ ୭୫ ତମ ପ୍ରତିଷ୍ଠା ଦିବସ ପାଳନ କାରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଗୁଣପୁର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ସ୍ଥାନୀୟ WISDOM କୋଚିଂ ସେଣ୍ଟର ଢେପ ସାହି ଠାରେ ଅଧ୍ୟାପକ ଦୁର୍ଗା କରଙ୍କ ତତ୍ୱାବଧାନରେ ପରିଷଦର ପତାକା ଉତ୍ତୋଳନ କରାଯାଇଛି । ନଗର ସଭାପତି ଅଧ୍ୟାପକ ପ୍ରଫୁଲ୍ଲ ଲିମା ପତକା ଉତ୍ତୋଳନ କରିଥିବା ବେଳେ ଜିଲ୍ଲା ପ୍ରମୁଖ ଅଧ୍ୟାପକ ଶେଷ ସାଇ ସେନାପତି ମାର୍ଗଦର୍ଶନ କରିଥିଲେ । ରାୟଗଡ଼ା ଜିଲ୍ଲା ବିଭାଗ ପ୍ରମୁଖ ଉମା ଶଙ୍କର ଦାଶ ପୌରହିତ୍ୟ କରିବା ସହ ଉପସ୍ଥିତ ଶତାଧିକ କଲେଜ ବିଦ୍ୟର୍ଥୀ ବିଦ୍ୟାର୍ଥନୀମାନେ “କାନ ଖୁଲି କରି ଶୁଣ ସରକାର ପାଠ ପଢା ସଂଗେ କାମ ଦରକାର” ଶିକ୍ଷା ନିମନ୍ତେ ରାଜ୍ୟ ବଜେଟରେ ୧୦ ପ୍ରତିଶତ ଅର୍ଥ ବରାଦ ଦାବୀ, ରାଜନୀତି କି ପଞ୍ଜୋ ସେ ଶିକ୍ଷା କୋ ଆଜାଦ କରୋ, ଖୁନ୍ ଭି ଦେଙ୍ଗେ ଯାନ ଭି ଦେଙ୍ଗେ ଦେଶ କି ମିଟି କଭି ନା ଦେଙ୍ଗେ ଭଳି ଦେଶ ଭକ୍ତି ସ୍ଲୋଗାନ ମାନ ଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀ ପରିଷଦର ପୂର୍ବତନ ଜିଲ୍ଲା ପ୍ରମୁଖ ଇନ୍ଦ୍ରାକ୍ଷି ଦାଶ, ଅଧ୍ୟାପକ ପୂଣ୍ୟ ଶ୍ଳୋକ ସାହୁ , ଅଧ୍ୟାପକ ଲକ୍ଷ୍ମୀ ମହାଙ୍କୁଡ, ସଂଯୋଜକ ବି.ସତୀଶ କୁମାର, ବି କିରଣ, ବି.ରବି କୁମାର ପ୍ରମୁଖ ଉପସ୍ଥିତ ରହି ସଞ୍ଚାଳନ କରିଥିଲେ । ଏହି ଅବସରରେ ସମସ୍ତ କାର୍ଯ୍ୟକର୍ତା ଓ ବିଦ୍ୟାର୍ଥୀମାନଙ୍କୁ ନେଇ ସ୍ଥାନୀୟ କପିଳପୁର ଠାରେ ବିଭିନ୍ନ କିସମର ବୃକ୍ଷ ଯଥା ନିମ, ବଉଳ, ଅଁଳା ଓ ବାଦାମ ଭଳି ଅନେକ ବୃକ୍ଷରୋପଣ ବଣ ବିଭାଗ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାତ୍ର ଓ ଶିବାନୀ ପାତ୍ରଙ୍କ ପ୍ରମୁଖ ଉପସ୍ଥିତିରେ କରାଯାଇଥିଲା ।