ଗୁଣପୁର ମହାବିଦ୍ୟାଳୟରେ ଉଦ୍ଧିଦ ବିଜ୍ଞାନ ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ (ବ୍ୟୁର): ଆଜି ରାୟଗଡ଼ ଜିଲ୍ଲା ଗୁଣପୁର ମହା ବିଦ୍ୟାଳୟ, ଗୁଣପୁର ଠାରେ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଣପୁର ମହା ବିଦ୍ୟାଳୟର ଅଧକ୍ଷ ତଥା ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଶ୍ରୀ ଶଶି ଭୂଷଣ ମହାନ୍ତି, ସମ୍ମାନିତ ଅତିଥି ଭାବେ ଗୁଣପୁର ମହା ବିଦ୍ୟାଳୟର ପଦାର୍ଥ ବିଜ୍ଞାନର ବିଭାଗ ମୁଖ୍ୟ ଶ୍ରୀ ସୂର୍ଯ୍ୟ ନାରାୟଣ ପଣ୍ଡା, ମୁଖ୍ୟ ବକ୍ତା ଭାବେ ଇତିହାସ ବିଭାଗ ମୁଖ୍ୟ ଶ୍ରୀ ଜବାହାର ଚୌଧୁରୀ, ଉଦ୍ଧିଦ ବିଜ୍ଞାନ ବିଭାଗ ମୁଖ୍ୟ ତଥା ଅଧ୍ୟାପିକା ଶ୍ରୀମତୀ ନମିତା ମୁଦୁଲି ପ୍ରମୁଖ ଉପସ୍ଥିତ ରହି ମଞ୍ଚାସୀନ ରହିଥିଲେ । ପ୍ରଥମେ ଦ୍ଵୀପ ପ୍ରଜ୍ବଳନ ହେବା ପରେ ସ୍ବାଗତ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉଦ୍ଧିଦ ବିଜ୍ଞାନ ବିଭାଗରେ ଭଲ ନମ୍ବର ରଖି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଦେଈ ସମ୍ମାନିତ କରାଯାଇଥିଲା ।ଉଦ୍ଧିଦ ବିଜ୍ଞାନ ବିଭାଗର ମୁଖ୍ୟ ତଥା ଅଧ୍ୟାପକ ଶ୍ରୀ ଜି ମହେଶ୍ୱର ରାଓଙ୍କ ଆଜି ଅଧ୍ୟାପକ ଜୀବନର ଶେଷ ଏବଂ ଚାକିରିରୁ ଅବସର ନେବା ଅନ୍ତିମ ଦିବସ ହୋଇଥିରୁ ତାଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇ ତାଙ୍କ ଦୀର୍ଘ ଜୀବନ କାମନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ଏବଂ ସ୍ବାଗତ ଭାଷଣ ଉଦ୍ଧିଦ ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ଯୋସ୍ନା ରାଣୀ ମିଶ୍ର ଦେଇଥିବା ବେଳେ ଉଦ୍ଧିଦ ବିଜ୍ଞାନ ବିଭାଗର ଅନ୍ତିମ ବର୍ଷର ବିଦ୍ୟାର୍ଥୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଉଦ୍ଧିଦ ବିଜ୍ଞାନ ବିଭାଗର ସମସ୍ତ ଛାତ୍ର ଛାତ୍ରୀ ପରିଚାଳନା କରିଥିଲେ ।