ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ମହାଦେବଙ୍କ ଉପରେ ଜଳ ଢାଳୁଛନ୍ତି ବୋଲବମ ଭକ୍ତ । ଶିବାଳୟକୁ ଛୁଟୁଛି ଭକ୍ତଙ୍କ ସୁଅ ଆଉ ରାସ୍ତାରେ ଜମିଛି କାଉଡ଼ିଆଙ୍କ ଲମ୍ବା ଲାଇନ I ହୋର ହୋର ମହାଦେବଙ୍କ ଧ୍ୱନି ସହିତ ଆଗେଇ ଚାଲିଛନ୍ତି ଭକ୍ତଗଣ । ଗୁଣପୁରର ବାଂଶଧାର ନଦୀର ଭୂତେସ୍ପର ଘାଟ ନିକଟରେ ଆଜି ଭୋର୍ ସକାଳେ କାଉଡ଼ିଆମାନେ ପୂଜାର୍ଚନା କରି ଜଳ ପାତ୍ରରେ ପାଣି ଭରି ଗୁଣପୁରର ବାଘୁଆ ମନ୍ଦିର, ସେଫାଳି ପାହାଡ଼, କରାବାଙ୍କରେ ଥିବା ଦ୍ୱାଦଶ ଯତିର୍ଲିଙ୍ଗ, ଭୂତେସ୍ପର, ତୁର୍କାନି ଗୁଡ଼ାର ନୀଳକଣ୍ଠେଶ୍ଵର ମନ୍ଦିର ଓ ଗୁଣପୁରର ବିଭିନ୍ନ ଶୈବପୀଠକୁ ଜଳ ଢାଳିବା ପାଇଁ ବାହାରିଥିଲେ । ପୁରୁଣା ବସ୍ ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ନିକଟରେ ମହାଦେବଙ୍କୁ ଜଳଲାଗି ନିମନ୍ତେ କାଉଡ଼ିଆମାନେ ମନ୍ଦିର ପରିସରରେ ଲମ୍ବାଲାଇନରେ ଅଫେକ୍ଷା କରିଥିଲେ । ଶ୍ରାବଣ ମାସର ସୋମବାରେ ଦେବ ଦେବ ମହାଦେବଙ୍କୁ ଜଳ ଢାଳିଲେ ପୁଣ୍ୟ ମିଳିବା ସହ ନିଜର ମନସ୍କାମନା ପୁର୍ଣହୋଇଥାଏ ବୋଲି ଭକ୍ତଙ୍କ ମନରେ ଦୃଢ ବିଶ୍ବାସ ରହିଛି ।