ଅନୁସନ୍ଧାନ ଭାରତ (ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ବ୍ଲକ ଲିଙ୍ଗାଗଡ଼ ଗ୍ରାମ ପଞ୍ଚାୟତ ଠାରେ ଆଜି ହିତାଧିକାରୀ ଗୃହ ନିର୍ମାଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ, ଅତିରିକ୍ତ ସହକାରୀ ଯନ୍ତ୍ରୀ ଅସିତ ସେଠୀ, ଯନ୍ତ୍ରୀ ତାଜ ଅହମ୍ମଦ ଖାନ, ସରପଞ୍ଚ ଅବଲାକର ପ୍ରଧାନ, ପିଇଓ କୁମର ମଣି କହଁର, ଜିଆରଏସ ପ୍ରଭାତ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସରକାରୀ କର୍ମଚାରୀ ଗୃହ ନିର୍ମାଣ ଯୋଜନା ପାଇଁ ଥିବା ସରକାରୀ ଅନୁଦାନ ସମ୍ପର୍କରେ ହିତାଧିକାରୀଙ୍କୁ ଅବଗତ କରି ଥିଲେ I ଆଜିକାର ଏହି ହିତାଧିକାରୀ ଗୃହ ନିର୍ମାଣ ସଚେତନତା କାର୍ଯ୍ୟକ୍ରମରେ ଲିଙ୍ଗାଗଡ଼ ଗ୍ରାମପଞ୍ଚାୟତର ବିଭିନ୍ନ ୱାର୍ଡରୁ ବହୁ ସଂଖ୍ୟାରେ ହିତାଧିକାରୀ ଯୋଗ ଦେଇ ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ ହୋଇ ଥିବା କହିଛନ୍ତି I