ଚେଇଁ ଶୋଇଛନ୍ତି କି ପ୍ରଶାସନ, ମଦ୍ୟପଙ୍କ ଆଡ୍ଡା ପାଲଟିଛି ଗୁଣପୁର ଚଇତି ମଣ୍ଡପ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ନୂତନ ବସ୍ ଷ୍ଟାଣ୍ଡ ପାଖେ ରହିଥିବା ଚଇତି ମଣ୍ଡପ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ସଞ୍ଜ ହେଲେ ଏଠାରେ ଏକାଧିକ ମଦ୍ୟପ ଆଡ୍ଡା ଜମାଉଥିବା ଦେଖିବାକୁ ମିଳୁଛି । ମଧ୍ୟରାତି ପର୍ଯ୍ୟନ୍ତ ସେଠାରେ ରହି ହୋ ହାଲ୍ଲା କରୁଥିବା ଅଭିଯୋଗ ହେଉଛି । ମଦ ପିଇସାରି କାଚ ଗୁଡ଼ିକୁ ଏଣେ ତେଣେ ଫୋପାଡୁଥିବା ଏବଂ ବେଳେ ବେଳେ କାଚ ଗୁଡ଼ିକୁ ମଣ୍ଡପ ଉପରେ କିମ୍ବା ମଣ୍ଡପକୁ ଯିବାକୁ ଥିବା ରାସ୍ତା ଉପରେ ଭାଙ୍ଗି ଫୋପାଡୁ ଥିବା ଖବରକୁ ନେଇ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଚଇତି ମଣ୍ଡପ ନିକଟରେ ନୂତନ ବସ୍ ଷ୍ଟାଣ୍ଡ , ଚିକିତ୍ସାଳୟ , ଭଦ୍ର ସମାଜ ସାହି ଓ ଭେକେଟେଶ୍ୱରଙ୍କ ମନ୍ଦିର ମଧ୍ୟ ରହିଛି । ବସ୍ ଷ୍ଟାଣ୍ଡ ଏବଂ ମଣ୍ଡପର ରାସ୍ତା କଡରେ ପଡୁଥିବା ମଦ କାଚ ଜନସାଧାରଣଙ୍କ ଉପରେ କୁପ୍ରଭାବ ପକାଉଛି ବୋଲି ବୁଦ୍ଧିଜିବୀ କହିଛନ୍ତି । ଉକ୍ତ ମଣ୍ଡପକୁ ଆଲୋକୀକରଣ ବ୍ୟବସ୍ଥା ନଥିବାରୁ ମଦ୍ୟପଙ୍କ ଆଡ୍ଡା ଜମୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥ୍ୟପ୍ରତି ପୌର ପରିଷଦ ଓ ପ୍ରଶାସନ ଯଥାଶୀଘ୍ର ଗୁରୁତ୍ଵ ଦେବାକୁ ଜନସାଧାରଣ ଦାବି କରିଛନ୍ତି ।