ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ଅଞ୍ଚଳରେ କାର୍ଯ୍ୟରତ ସଫେଇ କର୍ମଚାରୀମାନଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି । ସ୍ଥାନୀୟ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସଫେଇ କର୍ମଚାରୀମାନଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି । ‘ଗରିମା’ ଯୋଜନା ଅନ୍ତର୍ଗତ ପ୍ରମୁଖ ପରିମଳ କର୍ମଚାରୀଙ୍କୁ ପରିଚୟ ପତ୍ର ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ପୌର ପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ଉପସ୍ଥିତ ରହି ସହରର ବିଭିନ୍ନ ୱାର୍ଡରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀଙ୍କୁ ପରିଚୟ ପତ୍ର ବଣ୍ଟନ କରି ଥିଲେ । ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ଯନ୍ତ୍ରୀ ମାନସ ରଞ୍ଜନ ଦାସ, ପରିମଳ ଅଧିକାରୀ, ସ୍ବଚ୍ଛତା ପର୍ଯ୍ୟବେକ୍ଷକ, ସ୍ୱଚ୍ଛ ସାଥି ଓ କର୍ମଚାରୀମାନେ ସହଯୋଗ କରିଥିଲେ ।