ହିଂଜିଲିକାଟୁ ପୋୖର ପରିଷଦ ପକ୍ଷରୁ ବିଶ୍ୱ ପରି ବେଶ ଦିବସ ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର): ବିଶ୍ୱ ପରି ବେଶ ଦିବସ ଅବସର ରେ ହିଂଜିଲିକାଟୁ ପୋୖର ପରିଷଦ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପୌରପରିସଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ, ଯନ୍ତ୍ରୀ ମାନସ ରଞ୍ଜନ ଦାସ, ସୁନିଲ କୁମାର ନାହାକ କାଉନସିଲର ପ୍ରତିନିଧି ସହ ବହୁ ମିଶନ ଶକ୍ତିର ମା ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦାନ କରି ବୃକ୍ଷ ରୋପଣ କରିଥିଲେ। ବୃକ୍ଷ ଟିଏ ଜୀବନ ଟିଏ ବାର୍ତ୍ତାକୁ ସାଧାରଣରେ ପ୍ରଚାର ପ୍ରସାର କରି ସ୍ଥାନୀୟ ଲୋକମାନଙ୍କୁ ବୃକ୍ଷ ରୋପଣ କରିବାକୁ ଉତ୍ସାହିତ କରିଥିଲେ I