ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ୍ ଶାଖା ତରଫରୁ ବିଶ୍ଵ ପରିବେଶ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ୍ ଶାଖା ତରଫରୁ କଲେଜ ପରିସରରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ସ୍ବେଚ୍ଛାସେବୀମାନେ ସ୍ଥାନୀୟ ବନ ବିଭାଗ ନର୍ସରୀରୁ ବିଭିନ୍ନ ଚାରା ଆଣି କଲେଜରେ ରୋପଣ କରିଥଲେ । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ମନ୍ତ୍ର ପାଠ କରାଇ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ଓ ଯୁବ ରେଡକ୍ରସ୍ କାଉନସିଲର ପ୍ରଫେସର ଲୋକନାଥ ମହାନ୍ତି, ସନ୍ତୋଷ କୁମାର ଦଳାଇ ଓ ସ୍ବେଚ୍ଛାସେବୀମାନେ ବୃକ୍ଷ ରୋପଣ କରିଥିଲେ । ତତ୍ ସଙ୍ଗେ ସଙ୍ଗେ କଲେଜର କନଫରେନ୍ସ ହଲରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ବର୍ଷର ନାରା ” ବିଟ୍ ପ୍ଲାଷ୍ଟିକ୍ ପ୍ରଦୂଷଣ, ‘ଇକୋସିଷ୍ଟମ୍ ପୁନରୁଦ୍ଧାର’କୁ ସ୍ବେଚ୍ଛାସେବୀମାନେ ଅଧ୍ୟକ୍ଷଙ୍କ ଦ୍ଵାରା ଶପଥ ପାଠ କରିଥିଲେ । ଅଧ୍ୟକ୍ଷ ପୃଥିବୀ ଉତପ୍ତିକରଣ ଓ ପରିବେଶ ସୁରକ୍ଷା ଉପରେ ଅଭିଭାଷଣ ରଖିଥିଲେ । ଯୁବ ରେଡକ୍ରସ୍ କାଉନସିଲର ଲୋକନାଥ ମହାନ୍ତି କହିଥିଲେ ପରିବେଶ ହେଉଛି ବାପା ଓ ମାଆ ଅର୍ଥାତ୍, ବା- କହିଲେ ବାୟୁ, ପା- କହିଲେ ପାଣି, ଓଜ ଓ ମା- କହିଲେ ମାଟି, ଆ- କହିଲେ ଆକାଶ । ବାୟୁ, ପାଣି, ଓଜ, ମାଟି ଓ ଆକାଶ ଏହି ପଞ୍ଚଭୂତ ହିଁ ପରିବେଶର ବ୍ୟାଖ୍ୟା କରିଥାଏ ବୋଲି କହିଥିଲେ । ଶେଷରେ ଯୁବ ପରାମର୍ଶ ଦାତା ସରୋଜ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ, ଗୋପାଳ ନାୟକ, ଦିପୁ ସାହୁ, ରାଜେଶ ପ୍ରଧାନ, ଶୋଭନ ସାହୁ ,ଫକୀର ସେନାପତି, ଶୁଭମ୍ ମହାନ୍ତି , ନିଲାଞ୍ଚଲ୍ ପ୍ରଧାନ, ଶାନ୍ତିରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହ ସହଯୋଗ କରିଥିଲେ ।