ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଟାଉନ ହଲ ଠାରେ ୧୯ ଜଣ ପରିମଳ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ “ଗରିମା” ଯୋଜନା ମାଧ୍ୟମରେ ଅନ୍ତର୍ଭୁକ୍ତ କରି ପରିଚୟ ପତ୍ର ପ୍ରଦାନ କରାଯାଇଛି I ରାଜ୍ୟରେ ଥିବା ପୌର ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳରେ କାର୍ଯ୍ୟରତ ସଫେଇ ଓ ପରିମଳ କର୍ମଚାରୀ ଯେଭଳି ଭାବେ ଦିନ ରାତି କାର୍ଯ୍ୟ କରି ସହରକୁ ସ୍ୱଚ୍ଛ ପରିମଳ ମୁକ୍ତ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇ ଆସିଛନ୍ତି ତାଙ୍କ ସମ୍ମାନାର୍ଥେ “ଗରିମା” ଯୋଜନା ମାଧ୍ୟମରେ ଆଜି ତାଙ୍କୁ ସମ୍ମାନିତ କରାଯାଇଛି I ଏହି କାର୍ଯ୍ୟକ୍ରମ କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ମଞ୍ଚାସିନ ଅତିଥି ଭାବେ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ଦୀପକ କୁମାର ନାୟକ, ମୋନାଲିସା ଦଳବେହେରା, ଲକ୍ଷ୍ମୀପ୍ରିୟା ପରିଛା, ଯାକେଶ ପ୍ରଧାନ, ସଂଗୀତା ନାୟକ, “ମୁକ୍ତା” ସଂଯୋଜକ ପ୍ରଭାତ ରଞ୍ଜନ ସାହୁ ଏବଂ ଜ୍ୟୋତି ପାତ୍ର (ସିଓ) ଅତିଥି ଭାବେ ଯୋଗ ଦେଇ ୧୯ ଜଣ ପରିମଳ କର୍ମଚାରୀ ଙ୍କୁ ପରିଚୟ ପତ୍ର ଦେଇ ଆହୁରି ନିଷ୍ଠାର ସହ କାର୍ଯ୍ୟ କରିବା ନିମନ୍ତେ ଉତ୍ସାହିତ କରିଥିଲେ I